ବୋରିଆ ଛକ ନିକଟରେ ସଡକ ଦୁର୍ଘଟଣା: ଜଣେ ଗୁରୁତର, ୨ଆହତ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ନୂଆଖାଇ ଖୁସିର ମାହୋଲ ମଧ୍ୟରେ ରବିବାର ଦିନ ଏକ ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି। ବାଇକ୍ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କେସିଙ୍ଗା ଥାନା ବୋରିଆ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। କେସିଙ୍ଗା ଆଇଆଇସି ନିଜେ ଆହତମାନଙ୍କୁ ପୋଲିସ ଗାଡ଼ିରେ ଆଣି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ କେସିଙ୍ଗା ପଟୁ ଭବାନୀପାଟଣା ଅଭିମୁଖେ ଏକ ବାଇକରେ ଦୁଇ ଜଣ ବ୍ୟକ୍ତି ଯାଉଥିବା ବେଳେ ବୋରିଆ ଛକ ନିକଟରେ ସାଇକେଲ ଧରି ଛିଡା ହୋଇଥିବା ନାଗୁପଲା ଗ୍ରାମର ଜଗଦୀଶ ଶବର (୫୦)ଙ୍କୁ ପଛପଟୁ ଧକ୍କା ଦେଇଥିଲେ। ଏଥିରେ ସାଇକଲ ଚାଲକ ଶ୍ରୀ ଶବର ଗୁରୁତର ହୋଇ ଯାଇଥିଲେ। ତାଙ୍କୁ ତୁରନ୍ତ କେସିଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା। ବାଇକ ଚାଳକ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅଧିନସ୍ଥ ଜାମଦେଲ ଗ୍ରାମର ଗଗନ ବାଗ ଓ ତାଙ୍କ ସାଙ୍ଗରେ ଥିବା ଅନ୍ୟ ଜଣେ ବ୍ୟକ୍ତି ସୋନପୁର ଜିଲ୍ଲା ବିନିକା ଥାନା ମହଦା ଗ୍ରାମର ବୋଲି ଜଣାପଡିଛି। ପୋଲିସର ତଦନ୍ତ ଜାରି ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.