ବାଳଗୋପାଳ ସେବା ନିକେତନରେ ଗୁରୁଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ବାଳଗୋପାଳ ସେବା ନିକେତନର ଅନ୍ତେବାସୀ ଓ କର୍ମଚାରଗଣ ଉତ୍ସାହ ଉଦ୍ଦୀପନାର ସହ ଆଶ୍ରମ ପରିସରରେ ଗୁରୁଦିବସ ପାଳନ କରିଛନ୍ତି। ଏହି ଅବସରରେ ପ୍ରଥମେ ସମସ୍ତ ଗୁରୁଜୀମାନଙ୍କୁ ମଞ୍ଚକୁ ସ୍ଵାଗତ କରାଯାଇଥିଲା। ଏଥିରେ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ମଧୁସୂଦନ ମହାପାତ୍ର, ସେବା ନିବୃତ୍ତ ବରିଷ୍ଠ ରିଡର ଡ. ବିଶ୍ଵନାଥ ମହାନ୍ତି, ବିଶିଷ୍ଟ ଶିକ୍ଷାବିତ୍ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଅଜୟ କୁମାର ମିଶ୍ର ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ରାଷ୍ଟ୍ରୀୟ ଗୁରୁ ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ପ୍ରତିକୃତିରେ ପ୍ରଦୀପ ପ୍ରଜ୍ବଳନ ଏବଂ ପୂଜ୍ୟପୂଜା ପରେ କାର୍ଯକ୍ରମର ଆରମ୍ଭ ହୋଇଥିଲା ।


ପ୍ରଥମେ ଗୁରୁମାନଙ୍କୁ ଅନ୍ତେବାସୀମାନେ ପୂଜ୍ୟପୂଜା କରିଥିଲେ । ଚନ୍ଦନ, ପୁଷ୍ପମାଲ୍ୟ ଦେଇ ପୂଜା କରିବା ସହ ଗୁରୁମାନଙ୍କୁ ଉପହାର ଦେଇଥିଲେ । ସେମାନେ ସାମୁହିକ ଭାବରେ ଗୁରୁସ୍ତୋତ୍ରମ୍ ପାଠ କରିଥିଲେ । ପରେପରେ ଅନ୍ତେବାସୀ ଆଦିତ୍ୟ ସୁନା, ଶମ୍ଭୁ ମାଝୀ, ଟିକଚନ୍ଦ୍ର ଗୌଡ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ଗୋବିନ୍ଦ ଦାସ ଓ ଶମ୍ଭୁ ମାଝୀ ଗୁରୁଭକ୍ତି ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହାପରେ ଉପସ୍ଥିତ ଗୁରୁମାନେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।ଏଥିରେ ଶିକ୍ଷକ ମିହିର ଶତପଥୀ, ସଙ୍ଗୀତ ଶିକ୍ଷକ ପ୍ରକାଶ ସିଂ, ସୁଶୀଲ ସାହୁ, ଅଜୟ ଗୋପାଳ, କୃତିବାସ ଦଣ୍ଡସେନା, କ୍ରୀଡା ଶିକ୍ଷକ କୈଳାସ ଦୁର୍ଗା, କମ୍ପ୍ୟୁଟର ଶିକ୍ଷକ ବିକାଶ ପ୍ରସାଦ, କଳା ଓ ହସ୍ତଶିଳ୍ପ ଶିକ୍ଷକ ଗୋବିନ୍ଦ ରେଡ୍ଡୀ, ସୁରେନ୍ଦ୍ର ମେହେର ଏବଂ ଅନ୍ୟମାନେ ବକ୍ତବ୍ୟ ରଖିଥିଲେ ।


ଅତିଥିମାନେ ଶିଶୁମାନଙ୍କୁ ଗୁରୁଶିଷ୍ୟ ମହାନ୍ ପରମ୍ପରା ସମ୍ପର୍କରେ ବୁଝାଇଥିଲେ । ବାଳଗୋପାଳ ସେବା ନିକେତନର ଶିଶୁମାନେ ପ୍ରାରମ୍ଭରେ ‘ଭବ ସାଗର କାରଣ ତାରଣ ହେ’ ଉଦ୍ଘାଟନୀ ସଙ୍ଗୀତ ଗାନ କରିଥିଲେ ଏବଂ ଶେଷରେ ଉଦଯାପନୀ ସଙ୍ଗୀତ ଗାନ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ହେମନ୍ତ କୁମାର ମୁଣ୍ଡ ସଭା ପରିଚାଳନା କରିଥିଲାବେଳେ ପରିଚାଳକ ପିଣ୍ଟୁ ଗୌଡ କୃତଜ୍ଞତା ଜ୍ଞାପନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.