ଗୁରୁ ଦିବସରେ ସମ୍ମାନିତ ହେଲେ ଅବସରପ୍ରାପ୍ତ ଶିକ୍ଷକ ଓ ନେତୃବୃନ୍ଦ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ରାୟଗଡ଼ା ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଯାଇଅଛି । ଚଳିତ ଥର ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ, ୬୦ ଜଣ ଅବସର ପ୍ରାପ୍ତ ଶିକ୍ଷକଙ୍କ ସହ ଜିଲ୍ଲାର ଅବସରପ୍ରାପ୍ତ ୨୫ ଜଣ ନେତୃବୃନ୍ଦଙ୍କୁ ଉପଢ଼ୌକନ, ପୁଷ୍ପଗୁଛ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଜିଲ୍ଲାପାଳ ସ୍ଵଧା ଦେବ ସିଂ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅବସରପ୍ରାପ୍ତ ଶିକ୍ଷକଙ୍କ ସୁସ୍ଥ ଜୀବନ କାମନା କରିବା ସହ ନୂତନ ପିଢ଼ିର ଶିକ୍ଷକଙ୍କୁ ପିଲାଙ୍କ ଚରିତ୍ର ଗଠନ ଓ ଶୃଙ୍ଖଳାଗତ ଜ୍ଞାନ ପ୍ରଦାନରେ ବ୍ରତୀ ହେବାପାଇଁ ପ୍ରେରିତ କରିଥିଲେ ।

Omkar Vasthu
Omkar Vasthu


ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନଲାଲ ମାଝୀ, ନିଖିଳ ଉତ୍କଳ ପ୍ରାଥମିକ ଫେଡରେଶନ, ହରିପୁର ରୋଡ କଟକ -୧ ର ଆଞ୍ଚଳିକ ସମ୍ପାଦକ ସୁରେନ୍ଦ୍ର କୁମାର କୁଲଦୀପ, ରାୟଗଡ଼ ଜିଲ୍ଲା ସଭାପତି ଅଜିତ କୁମାର ଚୌଧୁରୀ ଓ ସାଧାରଣ ସମ୍ପାଦକ ନୀଳାଚଳ ମିଶ୍ର ମଞ୍ଚାଷୀନ ଥିଲେ । ଶ୍ରୀ ବରିହା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଏତାଦୃଶ ପଦକ୍ଷେପକୁ ପ୍ରଶଂସା କରିବା ସହ ଅତୀତ ଓ ବର୍ତ୍ତମାନ ଶିକ୍ଷକଙ୍କ ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna


ରାଜ୍ୟ ଆଞ୍ଚଳିକ ସମ୍ପାଦକ ରାୟଗଡ଼ ଜିଲ୍ଲାରେ ପ୍ରାଥମିକ ଶିକ୍ଷକ ସଂଘର ଗଠନମୂଳକ ପଦକ୍ଷେପ ନିମନ୍ତେ ପ୍ରଶଂସା କରିବା ସହ ଶିକ୍ଷକ ସଂଘର ହାତମୁଠାକୁ ଟାଣ କରିବା ନିମନ୍ତେ ପ୍ରତି ବ୍ଲକର ଶିକ୍ଷକ ସଙ୍ଘକୁ ଆହ୍ଵାନ ଦେଇଥିଲେ । ଶ୍ରୀ ମାଝୀ ପୂଜ୍ୟପୂଜା ର ଯଥାର୍ଥତା ପ୍ରତିପାଦନ କରିଥିଲେ ।

Udyog Nursery
Udyogi Nursery


ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଉପ ସଭାନେତ୍ରୀ ବୈଜୟନ୍ତିମାଳା, ରାୟଗଡ଼ ପ୍ରାଥମିକ ଶିକ୍ଷକ ସଂଘର ମହେନ୍ଦ୍ର ବାଗ, ସାନନ୍ଦ ବେନିଆ, ସୋମନାଥ ଗରଡିଆ, ନରେଶ ସିଂ, ନୀଳାଚଳ ପଣ୍ଡା, ଦୀପକ କୁମାର ରାଉତ, ସୁଧାକର ଚୌଧୁରୀ, ପୁରନ୍ଦର ପାଣି, ରାଜେଶ ସ୍ୱାଳସିଂ, ଦୁର୍ଗା ସନ୍ୟାସୀ ବେହେରା, ଉତ୍ତମ ଜେନା, ଭି ତାଉଟି ରାଜୁ, ଅଞ୍ଜଳି ଶତପଥୀ, ବି ସୁଜାତା ଆଦି ପରିଚାଳନାରେ ସହଯୋଗ କରିଥିଲେ । ଜିଲ୍ଲା ଶିକ୍ଷକ ସଂଘର ଏଭଳି ପଦକ୍ଷେପକୁ ରାୟଗଡ଼ବାସୀ ସାଧାରଣରେ ପ୍ରଶଂସା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.