ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ମହା ସମାରୋହରେ ଗୁରୁ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଧୂପ, ଦୀପ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ମାଧବୀଲତା, ପୂଜା, ରୋହାଣ୍ଡିନୋ, ରେଣୁକା ପ୍ରମୁଖ ରାଧାକ୍ରୀଷ୍ଣନଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ ।
ଅଧ୍ୟାପକ ମାନଙ୍କ ମଧ୍ୟରେ ସୁଶୀଲ କୁମାର ଶତପଥି, ସୁରେଶ ନାଏକ, ସନ୍ତୋଷ ବୁଦ୍ଧିଆ, ସୁମନ୍ତ ପୂଝାରୀ ଏବଂ ଅନ୍ୟ କର୍ମଚାରୀ ମାନେ ଛାତ୍ରଛାତ୍ରୀ ମାନଙ୍କୁ ଦିଗ୍ ଦର୍ଶନ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ପିଇଟି ସୁମନ୍ତ ପୂଝାରୀ ଧନ୍ୟବାଦ ଅର୍ପଣ କରିଥିଲେ ।