ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି: ସୋନପୁରଠାରେ ୧୨ଘଣ୍ଟିଆ ବନ୍ଦ ପାଳନ ସଫଳ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିନେଇ ଆଜି ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି। ଏହି କ୍ରମରେ କୋଶଳ ସେନା ଓ କୋଶଳ ରାଇଜ ମୁକ୍ତି ମୋର୍ଚ୍ଚା ଆହ୍ବାନ କ୍ରମେ ସୋନପୁର ଠାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ସହରର ଦୋକାନ ବଜାର ସହିତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିବା ସହ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଥିଲା। ଏଥିରେ କୋଶଳ ସେନା, ପଚିମ୍ ଓଡ଼ିଶା ୟୁବା ମଞ୍ଚ, କେଏମଆମ ବୁଢ଼ାରଜା ଆସୋଷିସନ୍, ଜିଲ୍ଲା କଂଗ୍ରେସ କମିଟି, ନବନିର୍ମାଣ କୃଷକ ସଂଘ, ବଣିକ ସଂଘ, ସାମ୍ବାଦିକ ସଂଘ ଓ ଅନ୍ୟାନ୍ୟ ସଂଘ ସବୁ ସହଯୋଗ କରିଥିଲେ। ନୀତିନ ପ୍ରଧାନ, ପିଣ୍ଟୁ ନାୟକ, ଆଶୁତୋଷ ପାଢ଼ୀ, ସୁଧୀର ପଣ୍ଡା, କାମଦେବ କୁମ୍ଭାର, ଆଲୋକ ମିଶ୍ର, ବୈକୁଣ୍ଠ ଶତପଥି, ବିଶେଶ୍ୱର ପାଣିଗ୍ରାହୀ, ନିମାଇ ଚରଣ ପାଣିଗ୍ରାହୀ, ବଳଦେବ ବାଗ, ରଶ୍ମି ରଂଜନ ବାବୁ, ବିନୋଦ ପାତ୍ର ପ୍ରମୁଖଙ୍କ ସହ ଅନେକ ନେତୃବୃନ୍ଦ ବନ୍ଦ ପାଳନରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.