ଜିଷ୍ଟ ବୈଷୟିକ ମହାବିଦ୍ୟାଳୟରେ ଜିଷ୍ଟ ଫେଷ୍ଟ୍ ୨କେ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରର ୩୨୬ନମ୍ବର ଜାତୀୟ ରାଜପଥର ଖଲିଗୁଡା ନିକଟରେ ଥିବା ଜିଷ୍ଟ ବୈଷୟିକ (ଇଂଜିନିୟରିଂ) ମହାବିଦ୍ୟାଳୟରେ ଆଜି ଜିଷ୍ଟ ଫେଷ୍ଟ-୨୦୨୨କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଳାପାଳ ଶ୍ରୀମତି ସ୍ୱଧାଦେବ ସିଂ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଜିଲ୍ଳା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି ଏବଂ ମହାବିଦ୍ୟାଳୟର ନିର୍ଦ୍ଦେଶକ ଗୋବିନ୍ଦ ପ୍ରସାଦ ରଥ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମଟିର ଉଦଘାଟନ କରିଥିଲେ ।

Omkar Vasthu
Omkar Vasthu


ରାୟଗଡା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଳାରେ ଜିଷ୍ଟ ଭଳି ଇଂଜିନିୟରିଂ କଲେଜରେ ଉଭୟ ଆଦିବାସୀ ଓ ଦଳିତ ପିଲାଙ୍କୁ ଇଂଜିନିୟରିଂ ପ୍ରଶିକ୍ଷା ପ୍ରଦାନ କରି ମୁଖ୍ୟ ସ୍ରୋତକୁ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ କଲେଜର ପରିଚାଳକ ଏବଂ ଅଧ୍ୟକ୍ଷ ଏବଂ ପ୍ରଶାସନରେ ସ୍ଥାନ ଅଧିକୃତ କରିଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧନା ଜଣାଇ ଉତ୍ସାହିତ କରିଥିଲେ ଜିଲ୍ଳାପାଳ ଶ୍ରୀମତି ସିଂ । ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ପିଲାମାନେ ଆଗକୁ କିପରି ନିଜର କେରିୟର ଗଢିବେ ସେ ବିଷୟରେ ଆଲୋକପାତ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna


ସେହିପରି ସମ୍ମାନୀତ ଅତିଥି ଜିଲ୍ଳା ମଙ୍ଗଳ ଅଧିକାରୀ ଶ୍ରୀ ଶତପଥି ଡଙ୍ଗରିଆ କନ୍ଧଙ୍କ ଜୀବନ ଜୀବିକା ଉପରେ ଟିପ୍ପଣୀ କରି ଜିଷ୍ଟରେ ଞାନ ଗ୍ରହଣ କରୁଥିବା ସବୁ ଆଦିବାସୀ ଓ ଦଳିତ ପିଲାଙ୍କୁ ଆଗକୁ ବଢିବା ପାଇଁ ଆହ୍ୱାନ କରିଥିଲେ । ଜିଷ୍ଟ କଲେଜର ନିର୍ଦ୍ଦେଶକ ଶ୍ରୀ ରଥ ମୁଖ୍ୟ ଅତିଥି ରାୟଗଡା ଜିଲ୍ଳାପାଳଙ୍କ ବିଷୟରେ ଜିଲ୍ଳାର ପ୍ରତ୍ୟେକ ଅଚଂଳରେ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତିରେ ଥିବା ଅବଦାନ ଏବଂ ଜିଲ୍ଳା ମଙ୍ଗଳ ଅଧିକାରୀ ଶ୍ରୀ ଶତପଥିଙ୍କ ଅବଦାନ ବିଷୟରେ ଟିପ୍ପଣି ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

Udyog Nursery
Udyogi Nursery

କଲେଜର ବି.ଟେକ୍ ଅଧ୍ୟକ୍ଷ କାଳୀପ୍ରସାଦ ଆଚାର୍ଯ୍ୟ ଜିଲ୍ଳାପାଳଙ୍କ ବିବଲଗ୍ରାଫି ଏବଂ କଲେଜ ବିଷୟରେ ବିବରଣୀ ପ୍ରଦାନ କରିଥିବା ବେଳେ ଡିପ୍ଳୋମା ଅଧ୍ୟକ୍ଷ ବାଦଲ ଆଚାର୍ଯ୍ୟ ଅତିଥିମାନଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଅର୍ପଣ କରି ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ କରିଥିଲେ । ପରେ କଲେଜର ନିର୍ଦ୍ଦେଶକ ଉଭୟ ଅତିଥିଙ୍କୁ ଉପଢୈାକନ ଦେଇ ସମ୍ମାନୀତ କରିଥିଲେ ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରସ୍କାର ବିତରଣ ସହ ରଙ୍ଗମଂଚ ସାଂସ୍କୃତିକ କାର୍ଯ୍ୟକ୍ରମରେ କଲେଜର ଛାତ୍ରଛାତ୍ରୀମାନେ ଭାଗ ନେଇ ଶ୍ରୋତାଙ୍କୁ ଆନନ୍ଦିତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ କେ.ମୋନିକା ସୂଚାରୁ ରୂପେ ପରିଚାଳନା କରି ଧନ୍ୟବାଦ ଅର୍ପଣ କରିଥିବା ବେଳେ କଲେଜର ପ୍ରଶାସନିକ ଅଧିକାରୀ ଗୈାତମ ପଟ୍ଟନାୟକ,ସହ ପ୍ରଶାସନିକ ଅଧିକାରୀ ଶରତଚନ୍ଦ୍ର ମହାପାତ୍ର,ଅଧ୍ୟାପକ ଜିତେନ୍ଦ୍ର ପାତ୍ର, ଜେ.ଏସ.ଏସ. ରଥ, ଜୟନ୍ତ ପାଟ୍ଟଯୋଶୀ ଏବଂ ଅଧ୍ୟାପକ ଦିଲ୍ଳୀପ ମିଶ୍ର ଏବଂ କଲେଜର ସମସ୍ତ କାର୍ଯ୍ୟକର୍ତା ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.