ବିଶ୍ୱନାଥପୁର ଓ ରାମଚନ୍ଦ୍ରପୁରଠାରେ ଦୁର୍ଗା ପୂଜା କମିଟି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ଓ ନୂଆଖାଇ ଠାରୁ ଆରମ୍ଭ ହୋଇ ଯାଇଛି ପାର୍ବଣ ଋତୁ । ଅଶ୍ବିନ ମାସରେ ଧରାବତରଣ କରିବେ ଦେବୀ ଦଶଭୁଜା । ଏନେଇ ବିଭିନ୍ନ ଦୁର୍ଗା ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ସ୍ଥିତ ଦୁର୍ଗା ମଣ୍ଡପ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଶ୍ବନାଥପୁର ଦୁର୍ଗାପୂଜା ପରିଚାଳନା କମିଟି ପକ୍ଷରୁ ଆହୁତ ଏହି ବୈଠକରେ ଅତିଥି ଭାବେ ଲାଞ୍ଜିଗଡ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ, ବ୍ଲକ କଂଗ୍ରେସ ସଭାପତି ହରିହର କୁମାର, ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ବରିଷ୍ଠ ନାଗରିକ ବଳରାମ ବେହେରା, ବିଜେଡ଼ି ମିଡିଆ ସେଲ୍ ସଭାପତି ସନ୍ତୋଷ କୁମାର ତୁଳ, ବନ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସାର୍ବଜନୀନ ଦୁର୍ଗାପୂଜାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା । ଦୀର୍ଘ ବର୍ଷ ହେଲା ବିଶ୍ଵନାଥପୁର ଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଦେବୀ ଦୁର୍ଗାଙ୍କ ପୂଜା ସହ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି । ତେବେ ବିଗତ ଦୁଇବର୍ଷ ଧରି କୋରୋନା କଟକଣା ଯୋଗୁଁ ସୀମିତ ଭକ୍ତଙ୍କ ମଧ୍ୟରେ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଚଳିତ ବର୍ଷ ସ୍ଥିତି ସ୍ବଭାବିକ ଥିବାରୁ ପୂର୍ବପରି ଦୁର୍ଗାପୂଜା ମହା ଆଡମ୍ବରରେ କରାଯିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି । ଦୁର୍ଗାପୂଜା କମିଟି ସଭାପତି ମନୋରଞ୍ଜନ ବିଶିଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଉପସଭାପତି ଅଚ୍ୟୁତାନନ୍ଦ ଘଡେଇ, ସଂପାଦକ ହରିହର କୁମାର, ଯୁଗ୍ମ ସଂପାଦକ ଧବଳେଶ୍ୱର ଠେଲା, କୋଷାଧ୍ୟକ୍ଷ ତରୁଣ କୁମାର ଦାସ, ଉପ କୋଷାଧ୍ୟକ୍ଷ ତାପସରଞ୍ଜନ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

ସେହିପରି ବ୍ଲକର ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ରାମଚନ୍ଦ୍ରପୁରଠାରେ ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଦୁର୍ଗାପୂଜା କମିଟି ସଭାପତି ପିଣ୍ଟୁ ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଚକ୍ରଧର ପଣ୍ଡା ଯୋଗ ଦେଇଥିଲେ । ଦୁର୍ଗାପୂଜା କମିଟିର ସଦସ୍ୟ କିରଣ କୁମାର ମାଝୀ, ସୁଶୀଲ କୁମାର ବାଗ, ଦନାର ପୁଟେଲ, ତାତେଶ୍ୱର ଗଉଡ, ଜଗନ୍ନାଥ ପଣ୍ଡା, ଅକ୍ଷୟ ସାହୁ, ହୃଷିକେଶ ବଗର୍ତ୍ତି, ତୀର୍ଥ ଗହୀର, ବିକ୍ରମ ଛତ୍ରିଆ, ନନ୍ଦ ପୁଟେଲ, ଦୀନ ମାଝୀଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । କୋଭିଡ କଟକଣା ହଟିବା ପରେ ଚଳିତ ବର୍ଷ ଦୁର୍ଗାପୂଜାକୁ ଆକର୍ଷଣୀୟ କରିବା ପାଇଁ କମିଟି ନିଷ୍ପତ୍ତି ନେଇଛି । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଏଥର ମୁଖ୍ୟ ଆକର୍ଷଣ ପାଲଟିବ ବୋଲି କମିଟି ସୂତ୍ରରୁ ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.