ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର କେନ୍ଦୁପାଳି ଗ୍ରାମରେ ବୟନଶିଳ୍ପ ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡିଶା ବିଧାନସଭା ଗୃହ କମିଟି ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ଏବଂ ଖାଦ୍ୟ ଯୋଗାଣ ବିଭାଗ ଅଧ୍ୟକ୍ଷ ନରସିଂହ ମିଶ୍ର, ଉକ୍ତ ବିଭାଗୀୟ ସଭ୍ୟ ବିଧାୟକ ମହୀଧର ରଣା ଓ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀଙ୍କ ଏଥିରେ ଉପସ୍ଥିତ ରହି ସମୀକ୍ଷା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଲବ ସାହୁ, ଗୌରୀଶ୍ୟାମ ପଣ୍ଡା, ପ୍ରଦୀପ ସେଠୀ, ନରେନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ବିନୋଦ ପାତ୍ର, ବ୍ଲକ ଉପାଧକ୍ଷ ନାରାୟଣ ଲୁହା, ବସନ୍ତ ମହାକୁଡ଼, ଯୁବ ନେତା କାମଦେବ କୁମ୍ଭାର, ଧନଞ୍ଜୟ ତାଣ୍ଡି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।