ଶେଷ୍ଠ ଶିକ୍ଷାଦାନ ଓ ସମାଜସେବା ପାଇଁ ଡ. ଶିବରାମ ନାୟକ ପାଇଲେ ଓଡିଶା ପ୍ରତିଭା ସମ୍ମାନ ୨୦୨୨

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଭିନ୍ନ ସାମାଜିକ ଉନ୍ନତିମୂଳକ, ସଚେତନତା ତଥା ଶିକ୍ଷାମୂଳକ କାର୍ଯ୍ୟକ୍ରମରେ ଅହରହ ସକ୍ରିୟ ଭୂମିକା ତଥା ଦେଶର ଅନୁନ୍ନତ ଅଂଚଳରେ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରିବାରେ ଶ୍ରେଷ୍ଠ ଅବଦାନ ପାଇଁ ଭବାନୀପାଟଣା ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ. ଶିବରାମ ନାୟକଙ୍କୁ ଓଡିଶା ପ୍ରତିଭା ସମ୍ମାନ ୨୦୨୨ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ସମ୍ମାନିତ କରାଯାଇଛି। ପ୍ରତିକାର ଚାରିଟେବୁଲ ଟ୍ରଷ୍ଟର ନିର୍ଦ୍ଦେଶକ ଶୁଭାଶିଷ ମିଶ୍ରଙ୍କ ତତ୍ୱାବଧାନ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ ତଥା ଲେଖକ ଡ. ଫନୀ ମହାନ୍ତି, ଡ. ଶ୍ରୀବଚ୍ଛ ପରିଡା, ବରିଷ୍ଠ ସାମ୍ବାଦିକ ଯତୀନ ଦାସ, ବରିଷ୍ଠ ଲେଖକ ଡ. ଘନ ପରିଡା ଏବଂ ଓଡ଼ିଆ ଚଳଚ୍ଚିତ୍ର ଜଗତର ନାୟିକା ଶୀତଳ ପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଉପସ୍ଥିତ ଥିଲେ। ଏହି ସମ୍ମାନ ସମଗ୍ର କଳାହାଣ୍ଡିବାସୀଙ୍କୁ ଉତ୍ସର୍ଗୀତ ବୋଲି ଡ଼. ନାୟକ ନିଜ ପ୍ରତିକ୍ରିୟା ରଖିଥିଲେ। ଏହି ଉତ୍ସବଟି ପ୍ରତିକାର ଚାରିଟେବୁଲ ଟ୍ରଷ୍ଟ ଓ ପ୍ରତିକାର ଦୈନିକ ଖବର କାଗଜର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.