ଯୁରାବନ୍ଧଠାରେ ସୁନ୍ଦରକାଣ୍ଡ ପରାୟଣ

ଓଡ଼ିଆ ବାର୍ତ୍ତା/ ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଯୁରାବନ୍ଧ ଠାରେ କପିଳେଶ୍ଵର ଯୁବକ ସଂଘ ଅନୁକୂଳ୍ଯରେ ସୁନ୍ଦରକାଣ୍ଡ ପରାୟଣ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମ ଓଡିଶାର ପ୍ରସିଦ୍ଧ ଭଜନ ଗାୟିକା ଜ୍ଯୋସ୍ନାମୟୀ ଦିକ୍ଷିତ ଏବଂ ସହଗାୟିକା ବର୍ଷାରାଣୀ ବହିଦାର ନିଜର ସୁମଧୁର ସ୍ବରରେ ରାମାୟଣ ସୁନ୍ଦରକାଣ୍ଡ ଗାନକରି ଶ୍ରୋତା ମାନଙ୍କୁ ମନ୍ତ୍ର ମୁଗ୍ଧ କରିଦେଇଥିଲେ। ଏଥିରେ ଯୁରାବନ୍ଧ ଗ୍ରାମ ତଥା ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ରହି ରାମକଥା ଓ ଭଜନ ଶ୍ରବଣ କରିଥିଲେ। କପିଳେଶ୍ବର ଯୁବକ ସଂଘର କାର୍ଯ୍ୟକର୍ତ୍ତା ଓ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.