କର୍ଲା ଗଛରୁ ବିବାହିତ ମହିଳାଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଓଡ଼ିଆ ବାର୍ତ୍ତା/ ଚନ୍ଦାହାଣ୍ଡି (କାମିନୀ ରଞ୍ଜନ ପାଣ୍ଡେ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ କନ୍ଦିଓଡା ଗାଁ ନିକଟରେ ଥିବା ଧାନବିଲ ହୁଡ଼ାରେ ଥିବା ଏକ କର୍ଲା ଗଛରୁ ଜଣେ ବିବାହିତ ମହିଳାଙ୍କ ମୃତଦେହ ଝୁଲି ପଡିଥିବା ଦେଖିବାକୁ ମିଳିଛି। ମୃତ ମହିଳା ଜଣକ କନ୍ଦିଓଡା ଗାଁର ଦିନ ଝାଙ୍କରଙ୍କ ସ୍ତ୍ରୀ ତିଳେ ଝାଙ୍କର ବୋଲି ଜଣାପଡିଛି। ପ୍ରାପ୍ତ ସୂଚନା ଅନୁସାରେ ଗୋବର ବୋହି ସକାଳ ପ୍ରାୟ ଦଶଟା ସମୟରେ ତିଲେ ନିଜ ଜମିକୁ ଯାଇଥିଲେ। ତେବେ ସେ ସନ୍ଧ୍ୟା ସୁଦ୍ଧା ମଧ୍ୟ ଘରକୁ ଫେରି ନଥିଲେ। ସେ ଘରକୁ ନପେରିବାରୁ ପରିବାରବର୍ଗ ଏଣେତେଣେ ଖୋଜାଖୋଜି କରିଥିଲେ, କିନ୍ତୁ ତାଙ୍କୁ ପାଇ ନଥିଲେ। ତେବେ ତା’ପରଦିନ ତିଳେ ଝାଙ୍କରଙ୍କ ଶ୍ୱଶୁର ସଦାନନ୍ଦ ଝାଙ୍କର ଜମି ପଟକୁ ଯାଇ ଖୋଜା ଖୋଜି କରିଥିଲେ। ତାଙ୍କ ଜମିରୁ ଅଳ୍ପ ଦୂରରେ ଥିବା ଏକ କର୍ଲା ଗଛରେ ବୋହୁ ତିଳେ ଝାଙ୍କରଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇ ତିଲେ ବେକରେ ଏକ ଗାମୁଛା ଭିଡି ଆତ୍ମହତ୍ୟା କରିଥିବା ଖବର ମୃତକର ବାପ ଘରକୁ ଦେଇଥିଲେ। ଏହାପରେ ମୃତ ତିଲେଙ୍କ ମା ପଦନା ମାଝୀ ଆସି ଥାନାରେ ଅଭିଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏତଲାକୁ ଭିତ୍ତିକରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହକୁ ଗଛରୁ ଓହ୍ଲାଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ତେବେ ପାଖ ପଡ଼ୋଶୀଙ୍କ କହିବାନୁସାରେ କୌଣସି ଏକ ଘରୋଇ କଥାକୁ ନେଇ ଘଟଣା ଦିନ ପୂର୍ବ ରାତି ୮ଟା ପୂର୍ବରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ତେବେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ ସୂଚନା ଦେଇଛି ପୋଲିସ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.