ୱାର୍ଲଡ ୟୁନିଅନ ଅଫ ପୋଏଟସର ଆନ୍ତର୍ଜାତିକ ନିର୍ଦ୍ଦେଶକ ହେଲେ ଡ଼. ଭବାନୀ ଶଙ୍କର ନିଆଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କବି ଡ଼. ଭବାନୀ ଶଙ୍କର ନିଆଲ ଅନ୍ତଃରାଷ୍ଟ୍ରୀୟ ସାହିତ୍ୟ ସଂଗଠନ ‘ଦ ୱାର୍ଲଡ ୟୁନିଅନ ଅଫ ପୋଏଟସ’ର ଆନ୍ତର୍ଜାତିକ ନିର୍ଦ୍ଦେଶକ ଭାବରେ ମନୋନୀତ ହୋଇଛନ୍ତି । ସଂଗଠନର ପ୍ରତିଷ୍ଠାତା ତଥା ସଭାପତି ପ୍ରସିଦ୍ଧ କବି ସିଲଭାନୋ ବୋରଟୋଲାଜୀ ଏହି ସୂଚନା ଦେଇଛନ୍ତି । ସାଧାରଣତଃ ବିଶ୍ୱବ୍ୟାପି ସାହିତ୍ୟ, ସଂସ୍କୃତି ଏବଂ ମାନବୀୟ ଏକତା ପାଇଁ କାର୍ଯ୍ୟରତ ଏହି ସଂଗଠନ, ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଏହି ଦାୟିତ୍ୱ ଦିଆଯାଇଥାଏ । ଶ୍ରୀଯୁକ୍ତ ସିଲଭାନୋ ଇଟାଲୀ ସ୍ଥିତ ରିକୋ ସହରର ଏକ ପ୍ରସିଦ୍ଧ କବି ଏବଂ ବିଭିନ୍ନ ଆନ୍ତର୍ଜାତିକ ଆୱାର୍ଡରେ ଭୂଷିତ ହୋଇଛନ୍ତି । ସେ ଏପର୍ଯ୍ୟନ୍ତ ୨୦ଟି ପୁସ୍ତକର ରଚୟିତା ଅଟନ୍ତି । ଦ ୱାର୍ଲଡ଼ ୟୁନିୟନ ଅଫ ପୋଏଟସର ଆନ୍ତର୍ଜାତିକ ନିର୍ଦ୍ଦେଶକ ଭାବେ ମନୋନୀତ ଡ଼. ଭବାନୀ ଶଙ୍କର ନିଆଲ ବର୍ତ୍ତମାନ ଗ୍ରୀସ ସ୍ଥିତ ୱାର୍ଲଡ ରାଇଟର ଏଡିସନର କାର୍ଯ୍ୟ ନିର୍ବାହୀ ସମ୍ପାଦକ ଏବଂ ଜାପାନ ୟୁନିଭର୍ସାଲ ପୋଏଟ ଏସୋସିଏସନର ସଦସ୍ୟ ଥିବାବେଳେ ଗ୍ଲୋବାଲ ପିସ ଆମ୍ବାସଡ଼ର ଏବଂ ଇଣ୍ଟର ନେସନାଲ ଆମ୍ବାସଡ଼ର ଅଫ ପିସ ପ୍ରଭୃତି ଉପାଧିରେ ଭୂଷିତ ହୋଇଛନ୍ତି । ବର୍ତ୍ତମାନ ସେ ଭାରତର ସାହିତ୍ୟ ଏବଂ ସଂସ୍କୃତି ଉପରେ କାର୍ଯ୍ୟରତ । ସୂଚନା ଯୋଗ୍ୟ ଯେ, ଡ଼.ନିଆଲଙ୍କ କବିତା ଗୁଡିକ ପୃଥିବୀର ୧୮ଟି ଭାଷାରେ ଅନୁଦିତ ହୋଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.