ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଜୟପାଟଣାର ଅଷ୍ଟମ ପ୍ରତିଷ୍ଠା ଦିବସ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ଚଞ୍ଚରାପଡା ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଗିରିଶ ପଟେଲଙ୍କ ସଭାପତିତ୍ବରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦିପ କୁମାର ଦିଶାରୀ ଯୋଗଦେଇ ସମାରୋହର ଶୁଭ ଉଦଘାଟନ କରିଥିଲେ । ମାନ୍ୟବର ବିଧାୟକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମାର୍ଗ ଦର୍ଶନ ଦେବାସହ ତାଙ୍କର ଭାଷଣ ପ୍ରସଙ୍ଗରେ – ଯେଉଁ ଛାତ୍ରଛାତ୍ରୀମାନେ ଜିଲ୍ଲାରେ ଟପ୍ପର ହେବେ ସେମାନଙ୍କୁ ଦଶ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲେ । ସମ୍ମାନୀତ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧରମା ପ୍ରଧାନ ଯୋଗ ଓ ମୁଖ୍ୟ ବକ୍ତା ଭାବେ ଡକ୍ଟର ପ୍ରତାପ କିଶୋର ଦାସ ଯୋଗ ଦେଇଥିଲେ । ଆଦର୍ଶ ବିଦ୍ୟାଳୟ ସଭ୍ୟା ମିନା କୁମାରୀ ମୁଣ୍ଡ, ଲଲିତ କୁମାର ନାଏକ, ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ପ୍ରାଣ ରଞ୍ଜନ ବେହେରା ଓ ଅସିପ୍ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

୨୦୨୧-୨୦୨୨ ଶିକ୍ଷା ବର୍ଷରେ ଏକାନ୍ତ ପଣ୍ଡା ୯୪.୦୪ମାର୍କ ରଖିଥିବା ବେଳେ ତେଜସ୍ବୀନୀ ପଟେଲ, ପିତାମ୍ବର ବାଗ ୯୩.୦୪ ପ୍ରତିଶତ ଓ ଆୟୂଷ ରଞ୍ଜନ ନାଏକଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହା ସହ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ କରାଯାଇଥିଲା । ମିସ୍ କୁହେଲିକା ମଞ୍ଚ ପରିଚାଳନା କରିଥିବା ବେଳେ ଛାତ୍ର ଉମେଶ ବାଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଡିଙ୍ଗର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.