ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର/ଝାରସୁଗୁଡ଼ା: ବିଶ୍ଵ ଓଜୋନ ଦିବସରେ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ କାର୍ଯ୍ୟାଳୟ ଓ ଡିଏଭି ପବ୍ଲିକ ସ୍କୁଲ ସହିତ ମିଳିତ ଭାବରେ ଛାତ୍ର ମାନଙ୍କ ପାଇଁ ଏକ ସଚେତନତା ଅଭିଯାନ କରିଥିଲେ । ଓଜୋନ ହ୍ରାସ, ଜଳବାୟୁ ଉପରେ ଏହାର ପ୍ରଭାବ ଓ ବ୍ୟକ୍ତିଗତ ଦାୟିତ୍ଵ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ପାଇଁ ଏହି ଅଭିଯାନର ମୂଳ ଲକ୍ଷ୍ୟ ଥିଲା । ଚଳିତ ବର୍ଷ ପାଇଁ ବିଷୟ ବସ୍ତୁ ଥିଲା ମଂଟ୍ରିଆଲ ପ୍ରୋଟୋକଲ @ ୩୫: ପୃଥିବୀରେ ଜୀବନ ରକ୍ଷା କରୁଥିବା ଗ୍ଲୋବାଲ ସହଯୋଗ। ଇଂ ଏଚ.କେ. ନାୟକ ଆଂଚଳିକ ଅଧିକାରୀ ଓଏସପିସି ବି, ଝାରସୁଗୁଡ଼ାଙ୍କ ସହ ଡେପୁଟି ପରିବେଶ ବିଜ୍ଞାନୀ ଶ୍ରୀ ଏକେ ଭୋଳ ଓ ମିସ ଅନୁଷା ଏକ୍କା, ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା, ଅକ୍ଷ୍ୟକ୍ଷ ଡିଏଭି ପବ୍ଲିକ ସ୍କୁଲ, ଝାରସୁଗୁଡ଼ା ଓ ମିସ ଅଞ୍ଜଳି ମାଛଖଣ୍ଡ, ଜିଲ୍ଲା ସେସନ ଜଜ, ମହିଳା କୋର୍ଟ, ଜୟପୁର ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।
କମ୍ପାନି ଏହାର କାର୍ଯ୍ୟ ପରିସରରେ ବିଭିନ୍ନ ପ୍ରକାର ସଚେତନତା ଅଭିଯାନ ଆୟୋଜନ କରି ଆସୁଛି ଯେଉଁଥିରେ ଏହାର କର୍ମଚାରୀ, ବ୍ୟବସାୟିକ ସହଯୋଗୀ ମାନେ ଯୋଗ ଦେଇ କମ୍ପାନିର ଆଭିମୁଖ୍ୟକୁ କାର୍ଯ୍ୟକାରୀ କରାଇବା ଦିଗରେ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । କମ୍ପାନିର ଏହି ଆଭିମୁଖ୍ୟ ସହିତ ଜଳବାୟୁ କାର୍ଯ୍ୟର ପ୍ରତିଶ୍ରୁତି ଓ ଓଜୋନ ସ୍ତରକୁ ହ୍ରାସ କରିବା ସହ କାର୍ବନ ଫୁଟ ତ୍ରିଂଟକୁ କମ କରିବାର ଉପାୟ ସଂପର୍କରେ ସଚେତନ ହୋଇଥିଲେ ।
କମ୍ପାନିର ଜଳବାୟୁ ପ୍ରୟାସ ଦିଗରେ ଶ୍ରୀ ସୁନିଲ ଗୁପ୍ତା, ସିଇଓ- ବେଦାନ୍ତ ଲିମିଟେଡ ଝାରସୁଗୁଡ଼ା କହିଛନ୍ତି ଯେ ବେଦାନ୍ତ ଝାରସୁଗୁଡ଼ାରେ ଜଳବାୟୁ କାର୍ଯ୍ୟରେ ଆମର ଆଭିମୁଖ୍ୟ ଉଭୟ ନିମ୍ନ ଅଙ୍ଗାରକାମ୍ଳ କାର୍ଯ୍ୟରେ ପରିବର୍ତନ ଏବଂ ଓଜୋନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କୌଶଳକୁ ଆପଣାଇ ଆମେ ପାଂଟରେ କାର୍ଯ୍ୟ କରୁଅଛୁ । ବିଶ୍ଵର ସବୁଠାରୁ ବଡ଼ ଆଲୁମିନିୟମ ସ୍ମେଲଟର ଭାବରେ ଆମେ ନିରନ୍ତର ବିକାଶର ମାର୍ଗରେ ଆଗେଇବା ପାଇଁ ପ୍ରତିଶ୍ରୁତିବଦ୍ଧ । ଆମ ପ୍ରୟାସର ସାକ୍ଷୀ ଆର୍ଥିକ ବର୍ଷ ୨୨ରେ ବେଦାନ୍ତ ଝାରସୁଗୁଡ଼ା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏହାର ଜିଏଚଜି କିମ୍ବା ଗ୍ରୀନ ହାଉସ ଗ୍ୟାସ ନିର୍ଗମନକୁ ୧୨% ହ୍ରାସ କରିପାରିଛି ଓ ଏହାର ଉତ୍ପାଦନ ୨୦% ବୃଦ୍ଧି ହୋଇଛି ।
ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ଏଚ.କେ. ନାୟକ କହିଛନ୍ତି ଯେ – ଓଜୋନ ପଦାର୍ଥର ଅଭାବ ଯୋଗୁ ଜଳବାୟୁ ଓ ପରିବେଶ ଉପରେ ଗଭୀର ପ୍ରଭାବ ପଡ଼ିଥାଏ । ଛାତ୍ର ତଥା ବେଦାନ୍ତ କର୍ମଚାରୀଙ୍କ ସହ ଏହି ସଚେତନତା ମାଧ୍ୟମରେ ଆମେ ଜୀବଜନ୍ତୁଙ୍କ ପାଇଁ ଓଜୋନ ସ୍ତରର ମହତ୍ଵକୁ ଦୋହରାଉଛୁ ଓ ଏଦିଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ଆମ ସହ ସହଭାଗୀତା ଓ ଝାରସୁଗୁଡ଼ାର ଛାତ୍ରମାନଙ୍କୁ ଓଜୋନ ସ୍ତରର ସୁରକ୍ଷା ଓ ଜଳବାୟୁ ଉପରେ ସଚେତନ କରାଇ ପାରିଥିବାରୁ ମୁଁ ବେଦାନ୍ତ ଆଲୁମିନିୟମକୁ ପ୍ରଶଂସା କରୁଛି । ଆମେ ଆଶା କରୁ ଆସନ୍ତାକାଲିର ଇକୋ ସଚେତନ ନାଗରିକ ଭାବେ ସେମାନଙ୍କୁ ଗଢିବାରେ ଆମ ପଦକ୍ଷେପ ସହାୟକ ହେବ ।
ଗତ ବର୍ଷ ବେଦାନ୍ତ ଆଲୁମିନିୟମ ଦ୍ବାରା ଜଳବାୟୁ ଦିଗରେ କେତକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଥିଲା:
• ବେଦାନ୍ତ ଆଲୁମିନିୟମ ପକ୍ଷରୁ ପ୍ରଥମ କରି ସବୁଜ ଆଲୁମିନିୟମ ବ୍ରାଣ୍ଡ ରେସ୍ତୋରା ବଜାରକୁ ଆସିଥିଲା ଯେଉଁଥିରେ କାର୍ବନ ଫୁଟସିଂଟ ବହୁତ କମ ।
• ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ଭାରତର ଅଗ୍ରଣୀ ନବୀକରଣୀୟ ଶକ୍ତି ଉପଭୋକ୍ତା ପ୍ରାୟତଃ ୩ ବିଲିୟନ ୟୁନିଟକୁ ୨୦୨୨ରେ ଉପଯୋଗ କରିଛି ।
• ଶକ୍ତି ସଂରକ୍ଷଣ ଦିଗରେ ବେଦାନ୍ତ ଆଲୁମିନିୟମ ୧୮ ଲକ୍ଷ ଗିଗା ଜୋଲୁସ ସଂଚୟ କରିଛି ।
• ବେଦାନ୍ତ ଝାରସୁଗୁଡ଼ା ସ୍ମେଲଟର ଜଳ ସଂଚୟ କରିବାରେ ରାଷ୍ଟ୍ରୀୟ ବଂଚମାର୍କ ଅଧିକାରୀ । ଯିଏକି ଏକ ଟନ ଆଲୁମିନିୟମ ଉତ୍ପାଦନ ଲାଗି କମ ଜଳ ଖର୍ଚ୍ଚ କରେ ।
• କମ୍ପାନି ଭାରତର ବୃହତ ଫୁଟ ଇଲେକ୍ଟ୍ରିକ ଫର୍କଲିଫ୍ଟ ବ୍ୟବହାର କରୁଛି ଏହା ଲିଥିୟମ ବ୍ୟାଟେରି ପରିଚାଳିତ ।
• କମ୍ପାନି ଆର୍ଥିକ ବର୍ଷ ୨୨ରେ ୩.୯୨ ଲକ୍ଷ ଚାରା ରୋପଣ କରି ବିଦ୍ୟମାନ କାର୍ବନ ସିଙ୍କକୁ ବିସ୍ତାର କରିଛି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ଟ ୨୦୨୧ରେ ୪ର୍ଥ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । କଂପାନି ୧.୭୫ ଏମଟିପିଏର ଆଲୁମିନିୟମ ସ୍ମେଲଟର ଓ ୩୬୧୫ ମେଗାୱାଟ ଥର୍ମାଲ ପାଓ୍ବାର ପ୍ଲାଣ୍ଟକୁ ଝାରସୁଗୁଡ଼ାରେ ପରିଚାଳନା କରୁଛି । ୧ ମିଲିୟନ ଟନ ଉତ୍ପାଦନ ଓ ଏକ୍ସପୋର୍ଟ କ୍ଲବରେ ଏହା ହେଉଛି ଏମାତ୍ର ଭାରତୀୟ ସଂସ୍ଥା । ବେଦାନ୍ତର ଝାରସୁଗୁଡ଼ା ହେଉଛି ଏକ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦକ । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ବ ଶ୍ରେଣୀୟ ସ୍ମେଲ୍ଟର, ପାଓ୍ବାର ପାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।