କେସିଙ୍ଗା ବ୍ଲକରେ ଶିକ୍ଷା ବ୍ୟବସ୍ଥାର ଚିତ୍ର: ୬ ଗୋଟି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ପଦ ଖାଲି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ବିଭିନ୍ନ ହାଇସ୍କୁଲରେ ଦୀର୍ଘ ଦିନ ହେଲା ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି । ଫଳରେ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟୟ ହୋଇପଡିଛି ବୋଲି ଅଭିଯୋଗ ହେଉଛି । ବିଶେଷ କରି ଫାଇବ୍-ଟି ଯୋଜନାରେ ରୂପାନ୍ତରଣ ହୋଇଥିବା ୫ ଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି ପଦବୀ ଖାଲି ପଡ଼ିଛି । ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ଅନ୍ୟ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ବରେ ଥିବା ଯୋଗୁଁ ଅଫିସ କାର୍ଯ୍ୟ କରିବା ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ସମସ୍ୟା ଦେଖାଦେଇଛି । ପ୍ରକାଶ ଯେ, କେସିଙ୍ଗା ବ୍ଲକରେ ଥିବା ୧୯ ଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ୬ ଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଥିବା ଜଣାପଡିଛି । ସେଗୁଡିକ ହେଲା ଦେଓଗାଁ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ସିର୍ଜାପାଲି ସରକାରୀ ଉଚ୍ଚ ବିଦ୍ୟାଳୟ, ଉତ୍କେଲା ଚାଚା ନେହେରୁ ସରକାରୀ ଉଚ୍ଚ ବିଦ୍ୟାଳୟ, ସୋରିଙ୍ଗପଦର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ନୁନମାଠ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବାହାଦୁର ପଦର ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ । ତେବେ ଏଠାରେ ସୂଚନାଯୋଗ୍ୟ ଯେ, ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଥିବା ଦେଓଗାଁ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ସିର୍ଜାପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ ପଦୋନ୍ନତି ହୋଇଥିବା ଦୁଇ ଜଣ ଶିକ୍ଷକଙ୍କୁ ଉକ୍ତ ଦୁଇ ଗୋଟି ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ଭାବରେ ନିଯୁକ୍ତି ଦିଆଯାଇଥିଲା । ତେବେ ନିଯୁକ୍ତି ଦେବାର କିଛି ମାସର ବ୍ୟବଧାନ ପରେ ସେହି ଦୁଇ ଜଣ ପ୍ରଧାନ ଶିକ୍ଷକଙ୍କୁ ନିଜ ଘର ପାଖକୁ ବଦଳି କରାଗଲା । ହେଲେ ସେହି ଦୁଇ ଗୋଟି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ପୂରଣ କରାଯାଇନଥିବା ଯୋଗୁଁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ସିର୍ଜାପାଲି ଗ୍ରାମର ଲୋକେ ଜିଲ୍ଲା ଶିକ୍ଷା ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ପାଇପାରି ନାହାନ୍ତି । ଏନେଇ କେସିଙ୍ଗା ବିଇଓ ବବୃବାହାନ ପ୍ରଧାନଙ୍କ ପ୍ରତିକ୍ରିୟା ନେବାରୁ ଖାଲି ପଡିଥିବା ହାଇସ୍କୁଲ ଗୁଡ଼ିକରେ ଯଥାଶୀଘ୍ର ପ୍ରଧାନ ଶିକ୍ଷକ ପଦବୀ ପୂରଣ ହେବ ବୋଲି କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.