ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାହାଦୁର ପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ଦିଆଯାଇ ନଥିବାରୁ ଅଭିଭାବକ ଓ ଶିକ୍ଷାର୍ଥୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ସ୍କୁଲଟି ୧୯୪୦ ମସିହାରେ ସ୍ଥାପିତ ହୋଇଥିବା ବେଳେ ଏଠାରେ ବର୍ତ୍ତମାନ ୧୦୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଶିକ୍ଷାଦାନ ପାଇଁ ୬ ଜଣ ଶିକ୍ଷକ ଏବଂ ଜଣେ ଶିକ୍ଷୟତ୍ରୀ ରହିଛନ୍ତି । ଉକ୍ତ ସ୍କୁଲ ଫାଇବ୍-ଟି ଯୋଜନାରେ ସାମିଲ କରାଯାଇ ରୁପାନ୍ତରିକରଣ ହେବାକୁ ଯାଉଛି । ହେଲେ ପ୍ରଧାନ ଶିକ୍ଷକ ଯୋଗାଇ ଦିଆଯାଇନଥବା ଯୋଗୁଁ ବାହାଦୁରପଦର ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରଧାନ ଶିକ୍ଷକ ନିଯୁକ୍ତି ଦିଆଯାଉ ବୋଲି ଅନେକ ଥର ଶିକ୍ଷା ବିଭାଗ ଆଉ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ ଗ୍ରାମବାସୀ କରିଥିଲେ ମଧ୍ୟ ଅଣଦେଖା କରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ପ୍ରଧାନ ଶିକ୍ଷକ ନଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛି । ଯଥାଶୀଘ୍ର ପ୍ରଧାନ ଶିକ୍ଷକ ନିଯୁକ୍ତି କରାନଗଲେ ଆଗାମୀ ଦିନରେ ବିଦ୍ୟାଳୟର ଗେଟ୍ ରେ ତାଲା ପକାଇ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।