କ୍ଲଷ୍ଟର ସ୍ତରୀୟ ବିଜ୍ଞାନମେଳା ଆୟୋଜିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସଦର ଅଧିନସ୍ଥ ଗଣନାଥପୁର ଉଚ୍ଚ ବିଦ୍ୟାଳୟଠାରେ କ୍ଲଷ୍ଟର ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାରିଛି । ଏହି ଅବସରରେ କ୍ଲଷ୍ଟର ଅଧୀନ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଗାଇଡଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ନିଜ ନିଜ ବିଜ୍ଞାନ ପ୍ରକଳ୍ପ ନେଇ ଯୋଗଦାନ କରିଥିଲେ । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଠାକୁର ଚରଣ ସାହୁ, ସମ୍ମାନିତ ଅତିଥି ଡିଏସଏସ ପ୍ରକାଶ ନିଶଙ୍କ, ବିଜ୍ଞାନ ଶିକ୍ଷକ ରବୀନ୍ଦ୍ର ପଟ୍ଟନାୟକ, ଆଇପିଇ ମହେନ୍ଦ୍ର ପଣ୍ଡା, ଏବିଇଓ ଜୟ କୁମାର ମାଝୀ ଓ ଗଣନାଥପୁର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ନେଗୀ ଯୋଗ ଦେଇଥିଲେ । କ୍ଲଷ୍ଟର୍ ଅଧୀନ ୧୫ଟି ବିଦ୍ୟାଳୟରୁ ୨୫ଟି ବିଜ୍ଞାନ ପ୍ରକଳ୍ପ ଏହି ପ୍ରଦର୍ଶନୀରେ ସ୍ଥାନ ପାଇଥିଲା । କାର୍ଯକ୍ରମଟିକୁ ଗଣନାଥପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଶ୍ୱଜିତ ରାୟ ପରିଚାଳନା କରିଥିଲେ । ଅତିଥିମାନେ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବର ବୃଦ୍ଧି, ବିଜ୍ଞାନ ପ୍ରତି ରୁଚି ଏବଂ ବିଜ୍ଞାନ କିପରି ଆମର ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ତାହା ଆଲୋଚନା କରିଥିଲେ । ଏହି ଅବସରରେ ମେଦିନୀପୁର ଓ ତେନ୍ତୁଳିଖୁଣ୍ଟି ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ତୁଳସୀ ରାମ ସାହୁ ଓ ସୂର୍ଯ ନାରାୟଣ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ । ଏହି ଉତ୍ସବକୁ ସଫଳ କରିବା ପାଇଁ ଶିକ୍ଷକ ରବୀନ୍ଦ୍ରନାଥ ଦାଶ, ମନୋଜ କୁମାର ମହାକୁଡ଼ ବିଶେଷ ଭାବରେ ସହଯୋଗ କରିଥିଲେ । ସଭା ଶେଷରେ ଗୁଡ଼ିଆଲିପଦର୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜଗନ୍ନାଥ ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.