ତୁମୁରା ଧାନ ମଣ୍ଡିଠାରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ଗୋଲାମୁଣ୍ଡା ବ୍ଲକ ତୁମୁରା ଧାନ ମଣ୍ଡିଠାରେ ବିଜେଡି ଦଳର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ସଭାପତିତ୍ୱ ଆୟୋଜିତ ଉକ୍ତ ବୈଠକରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ କର୍ମୀଙ୍କୁ ଆଗାମୀ ନିର୍ବାଚନ ପୂର୍ବରୁ ଦଳକୁ କିପରି ଆହୁରି ମଜବୁତ କରିହେବ ସେ ନେଇ ଆହ୍ୱାନ ହେଇଥିଲେ । ବିଜୁ ଜନତା ଦଳର ଆଦର୍ଶରେ ଅନୁପ୍ରାଣିତ ହୋଇ ନବୀନ ସରକାରଙ୍କ ବିକାଶମୁଖୀ ଯୋଜନାକୁ ଗାଁ ଗାଁକୁ ଘର ଘରକୁ ପ୍ରତ୍ୟେକ ଲୋକଙ୍କ ପାଖକୁ ପହଂଚାଇବାକୁ ଆହ୍ବାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଜେଡ଼ି ଜିଲ୍ଲା ସମ୍ପାଦକ ତଥା ବୃନ୍ଦାବହାଲ ସରପଞ୍ଚ ଇ. ଦିନେଶ କୁମାର ରାଉତ, ବ୍ଲକ ସଭାପତି ଦୟାସାଗର ଚଲାନ, କେଗାଁ ଜୋନ୍ ଜିଲାପରିଷଦ ସଦସ୍ୟ ଜୟସେନ ସାହୁ, ଗୋଳାମୁଣ୍ଡା ଜୋନ୍ ଜିଲାପରିଷଦ ସଦସ୍ୟା ହେମାଙ୍ଗିନୀ ରାଉତ, ଦଶପୁର ଜୋନ୍ ଜିଲାପରିଷଦ ସଦସ୍ୟା ସରିତା ମାଝୀ, ବ୍ଲକ ମହିଳା ସଭାନେତ୍ରୀ ଚେତନା ମାଝୀ, ବ୍ଲକ ଉପାଧ୍ୟକ୍ଷl ପଞ୍ଚମୀ ଦୀପ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ, ବରିଷ୍ଠ ବିଜେଡି ନେତା ଦୁର୍ଗେଶ୍ୱର ସାହୁ, ଦଇତାରି ରାଉତ, କିରଣ ସିଂହ, ଶ୍ୟାମ ସୁନ୍ଦର ଛତ୍ରିଆ, ବ୍ଲକ ଯୁବ ସଭାପତି ହେମନ୍ତ କୁମାର ସାହୁ, ଛାତ୍ର ସଭାପତି ଟୁଟୁ ମଙ୍ଗରାଜ ପ୍ରମୂଖ ମଞ୍ଚାସିନ ଥିଲେ । ବୈଠକରେ ବ୍ଲକ ବିଜେଡି ସକ୍ରିୟ କର୍ମୀଙ୍କ ପଞ୍ଚାୟତ ସ୍ଥରୀୟ ତାଲିକାକୁ ପୁଣି ଥରେ ଅନୁଧ୍ୟାନ କରି ନୂଆ ସକ୍ରିୟ କର୍ମୀ ଯୋଡିବାକୁ ପଞ୍ଚାୟତ ସଭାପତିମାନଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକର ୨୮ ଗୋଟି ଗ୍ରାମପଞ୍ଚାୟତର ସଭାପତିଙ୍କ ସହିତ ଶତାଧିକ ସଂଖ୍ୟାରେ ସକ୍ରିୟ କର୍ମୀ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.