ଅଧ୍ୟାପକଙ୍କ ମାତୃ ବିୟୋଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ତଥା ସଂସ୍କୃତି ଗବେଷକ, ନାଟ୍ୟକାର, ନିର୍ଦ୍ଦେଶକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ମାତୃ ବିୟୋଗ ଘଟିଛି । ଅଧ୍ୟାପକ ଶ୍ରୀ ଆଚାର୍ଯ୍ୟଙ୍କ ମାତା ତଥା ସ୍ୱର୍ଗତ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ମୋହନ ଶଙ୍କର ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ପ୍ରେମ ମଞ୍ଜରୀ ଆଚାର୍ଯ୍ୟ ଗତକାଲି ସନ୍ଧ୍ୟା ପାଂଚ ଘଂଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସେ ଜଣେ ମେଳାପୀ ତଥା ଧର୍ମପରାୟଣା ମହିଳା ଥିଲେ । ତାଙ୍କରି ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ । ବଡ଼ପୁଅ ହରେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ମୁଖାଗ୍ନି ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.