ବିଭିନ୍ନ ଦାବିନେଇ ସିପିଆଇ ଏମ୍ଏଲ୍ ପକ୍ଷରୁ ଭବାନୀପାଟଣାରେ ଶୋଭାଯାତ୍ରା, ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାରେ ଅନେକ ସମସ୍ୟା ରହିଥିବା ବେଳେ, ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରିଛି ସିପିଆଇ (ଏମଏଲ) ଜାଗ୍ରତ ସମିତି ଏବଂ ଚେତନା ନାରୀ ଜାଗରଣ ମଞ୍ଚ । ସିପିଆଇ ଏମଏଲ ଜିଲ୍ଲା ସାଧାରଣ ସମ୍ପାଦକ କେଶବ ପଧାନଙ୍କ ନେତୃତ୍ୱରେ ୫୦୦ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ କର୍ମୀ ଆଜି ଜିଲ୍ଲାପାଳଙ୍କ ଅଫିସ୍, ବନଖଣ୍ଡ ଅଧିକାରୀଙ୍କ ଅଫିସ ଘେରାଉ କରିବା ସହ ଦାବୀପତ୍ର ପ୍ରଦାନ କରିଛନ୍ତି । ଭବାନୀପାଟଣା କଲେଜଛକରୁ ସେମାନେ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ପ୍ରଥମେ ଖଣ୍ଡୀୟ ବନାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦୁଇ ଦଫାର ଦାବୀପାତ୍ର ପ୍ରଦାନ କରିଥିଲେ । ପରେ ସେଠାରୁ ଜିଲ୍ଲାପାଳ ଅଫିସକୁ ଯାଇ ଦାବୀ ଉପସ୍ଥାପନ କରିବା ସହିତ ୫ ଦଫାର ଦାବୀପତ୍ର ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu


ଦାବୀ ଗୁଡିକ ମଧ୍ୟରେ କଳାହାଣ୍ଡିର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନରୁ ଜଙ୍ଗଲ ଜମିରେ ବସବାସ କରି ଆସୁଥିବା ଆଦିବାସୀ ମାନଙ୍କୁ ତୁରନ୍ତ ଜମି ପଟ୍ଟା ପ୍ରଦାନ ପାଇଁ ଦାବି କରାଯାଇଛି । ସେହିଭଳି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗ୍ରାମ ଓ ପଦରରେ ବସବାସ କରି ରହିଆସୁଥିବା ଆଦିବାସୀ, ବନବାସୀ ଓ ଗିରି କନ୍ଦରବାସୀ ମାନଙ୍କୁ ବିଜୁଳି, ପାନୀୟ ଜଳ, ରାସ୍ତାଘାଟ, ଅଙ୍ଗନୱାଡି ସେଣ୍ଟର ଭଳି ମୌଳିକ ସୁବିଧା ପ୍ରଦାନ କରାଯାଉ । ଏମାନଙ୍କ ନାମରେ ଜମି କିମ୍ବା ଘରଡିହ ପ୍ଲଟ ନଥିବାରୁ ସେମାନଙ୍କୁ ସରକାରଙ୍କ ତରଫରୁ ଆବାସ ଯୋଜନାରେ ଘର ମିଳିଲେ ମଧ୍ୟ କାର୍ଯ୍ୟାଦେଶ ପାଇ ଘର ନିର୍ମାଣ କରିପାରୁ ନାହାନ୍ତି । ଏଣୁ ସରକାର ଏଥିପ୍ରତି ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ । ବୃଦ୍ଧ, ବୃଦ୍ଧା ଓ ବିଧବା ମାନଙ୍କୁ ମାସିକ ଭତ୍ତା ୫୦୦ ପରିବର୍ତ୍ତେ ୧୦୦୦ ଟଙ୍କା ପ୍ରଦାନ କରାଯାଉ ।

Pearl dental clinic
Near Ashish Medical Store, Bhawanipatna


ନର୍ଲାରେ ପ୍ରସ୍ତାବିତ ଲୋକୋମୋଟିଭ କାରକାନା ଶିଘ୍ର କରାଯାଉ । ସିପିଆଇ(ଏମ୍ଏଲ୍) ର ଜାଗ୍ରତ ସମିତି ଓ ଚେତନା ନାରୀ ଜାଗରଣ ମଞ୍ଚ ତରଫରୁ ଏଭଳି ୫ ଦଫାର ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ସରକାରଙ୍କ ତରଫରୁ ଏସବୁ ସମସ୍ୟାର ସମାଧାନ ନିମନ୍ତେ ତୁରନ୍ତ ପଦକ୍ଷେପ ନିଆ ନଯାଏ ତାହେଲେ ରାଜ୍ୟ ସରକାର ଓ କଳାହାଣ୍ଡି ଜିଲ୍ଲାପାଳ ଏଥିପାଇଁ ଦାୟି ରହିବେ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

Udyog Nursery
Udyogi Nursery

ଏହି ଘେରାଉ, ଆନ୍ଦୋଳନ ଓ ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସିପିଆଇଏମ୍ଏଲ୍ ର ଜିଲ୍ଲା ସାଧାରଣ ସଂପାଦକ କେଶବ ପଧାନଙ୍କ ନେତୃତ୍ୱରେ ସହ ସଂପାଦକ ଦୟା ସାଗର ନାଏକ, ବରିଷ୍ଠ ନେତା ଚନ୍ଦ୍ର ହରିଜନ, ବିପିନ ନାଏକ, ବଣକୁ ପାତ୍ର, ବଲମ ଧରୁଆ, ପଦ୍ମନ ଦୋରା, ଫକୀର ଦୋରା, କୌଶଲ ମାଝୀ, ଖାଡିରାମ ଧରୁଆ, ନର୍ଲା ବ୍ଲକ୍ ସଭାପତି ଓ ଚେତନା ନାରୀ ଜାଗରଣ ମଞ୍ଚର ସୁକାନ୍ତୀ ପଧାନ, ମଦନା ପାତ୍ର, ସୁମିତ୍ରା ପୁଝାରୀ, ପ୍ରମିଳା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.