ସ୍ବେଛାସେବୀଙ୍କ ଉଦ୍ୟମ କ୍ରମେ ଭିଟାମାଟିରେ ପହଞ୍ଚିଲେ ନେଲସନ ମୁଣ୍ଡା 

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଅଞ୍ଚଳ ବିଶାଳଖଣ୍ଡା ନିକଟବର୍ତ୍ତୀ ଏକ ଗାଁର ନେଲସନ ମୁଣ୍ଡା ନାମକ ଜଣେ ବ୍ୟକ୍ତି କିଛି ଦିନ ତଳେ  ମହାରାଷ୍ଟ୍ରର ପୁନେ ସହରକୁ କାମ କରିବାପାଇଁ ଯାଇଥିଲେ । ତେବେ ସେ କୈାଣସି କାରଣ ବସତଃ ପୁନେରେ ପହଞ୍ଚିବା ପରିବର୍ତ୍ତେ ଅନ୍ୟ ଏକ ଜାଗାକୁ ପଳେଇ ଯାଇଥିଲେ । ସେଠାରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ ନେଲସନ । ଫଳରେ ତାଙ୍କର ଗୋଡରେ ଗଭୀର ଆଘାତ ଲାଗିଥିଲା । ସେହି ଅଞ୍ଚଳରେ ରହୁଥିବା କେନ୍ଦୁଝରର ଜଣେ ନେଲସନଙ୍କ ଅସହାୟ ଅବସ୍ଥା ଦେଖି କେନ୍ଦୁଝରର ତପନ କୁମାରଙ୍କୁ ଜଣେଇଥିଲେ । ଏହାପରେ ତପନ କୋରାପୁଟର ନରେନ୍ଦ୍ର ଗଉଡ଼ ଓ କଳାହାଣ୍ଡିର ଯୁବ ସ୍ବେଛାସେବୀ ଯଶୋବନ୍ତ ରଣାଙ୍କୁ ଜଣେଇଥିଲେ । ପରେ ନରେନ୍ଦ୍ର ସମ୍ବଲପୁର ଜିଲ୍ଲାର ଲଷ୍ମୀ ପ୍ରସାଦଙ୍କ ନମ୍ବର ଦେଇଥିଲେ । ଏପଟେ ସମାଜସେବି ରଣା ମଧ୍ୟ ସମ୍ବଲପୁରର ସ୍ବେଛାସେବୀ ଶ୍ରୀୟାଙ୍କ ସହ ଯୋଗାଯୋଗ କରିଥିଲେ । ଶ୍ରୀୟା ନେଲସନ ମୁଣ୍ଡାଙ୍କ ଘରକୁ ଯାଇଥିଲେ । ପରେ ବିଶାଳଖଣ୍ଡାର ସରପଞ୍ଚ ଜଗନ୍ନାଥ ନାଥଙ୍କୁ ଏହି ବିଷୟରେ ଜଣେଇଥିଲେ । ଶ୍ରୀ ନାଥ ଏହାପରେ ମଝିପଡା ତାଙ୍କର ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିଥିଲେ । ପରେ ସମସ୍ତ ସ୍ବେଛାସେବୀଙ୍କ ସହ ଆଲୋଚନା କରି କୋହ୍ଲାପୁର ସ୍ଥିତ ଏକ ଆଶ୍ରମରେ ନେଲସନଙ୍କୁ କିଛିଦିନ ରଖାଯାଇଥିଲା । ଶେଷରେ ସମସ୍ତଙ୍କ ପ୍ରଚେଷ୍ଟାରେ ନେଲସନ ଘରକୁ ପହଞ୍ଚିଛନ୍ତି । ସେ ଭିଟାମାଟି ରେ ପାଦ ଦେବା ପରେ ସମସ୍ତ ସ୍ବେଛାସେବୀ ମାନଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି । ସ୍ବେଛାସେବୀ ମାନଙ୍କ ଏହିପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.