ଦୀର୍ଘ ବର୍ଷ ପରେ ମୋହନା ବ୍ଳକରେ ଗଠିତ ହେଲା ମିଳିତ ଶିକ୍ଷକ ସଂଘ

ଓଡ଼ିଆ ବାର୍ତ୍ତା/ ମୋହନା: ଗଜପତି ଜିଲ୍ଲାର ମୋହନା ବ୍ଳକ ମିଳିତ ଶିକ୍ଷକ ସଂଘର କର୍ମକର୍ତ୍ତା ଚୟନ ଆବାହକ ତଥା ବରିଷ୍ଠ ଶିକ୍ଷକ ଗଗନ କୁମାର ଦାଶଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ଶୁକଦେବ ଗମାଙ୍ଗ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସୁକାନ୍ତ ନାୟକ, ଜଗନ୍ନାଥ ସେଠୀ ମୂଖ୍ୟ ଅତିଥି ଓ ମୂଖ୍ୟ ବକ୍ତା ଭାବେ ଗଗନ କୁମାର ଦାଶ ଯୋଗ ଦେଇଥିଲେ । ଦୀର୍ଘ ୧୫ ବର୍ଷ ସଂଘ ବିନା ମୋହନା ବ୍ଳକ ରହିଥିବା ବେଳେ ବରିଷ୍ଠ ଶିକ୍ଷକ ଗଗନ କୁମାର ଦାଶଙ୍କ ଅକ୍ଳାନ୍ତ ତଥା ନିଃସ୍ଵାର୍ଥପର ଉଦ୍ୟମ ଫଳରେ ଆଜି ଏମ୍ଏଲଇ କୁଇ ଶିକ୍ଷକ ସଂଘ, ଏମ୍ଏଲଇ ସୌରା ଶିକ୍ଷକ ସଂଘ, ଗଣ ଶିକ୍ଷକ ସଂଘ, ଏକ୍ସ କେଡେର ଶିକ୍ଷକ ସଂଘ, କନିଷ୍ଠ ଶିକ୍ଷକ ସଂଘ, ଜେଡପି ଶିକ୍ଷକ ସଂଘ, ଏନପିଏସ ଶିକ୍ଷକ ସଂଘ, ନିୟମିତ ଶିକ୍ଷକ ସଂଘର ସଭାପତି ସମେତ ସମସ୍ତ କର୍ମକର୍ତ୍ତା ଓ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ମିଳିତ ଶିକ୍ଷକ ସଂଘ ଗଠନ କରାଯାଇ ପାରିଅଛି । ଆବାହକ ଗଗନ କୁମାର ଦାଶ ନିଜର ଅଭିଭାଷଣରେ ସମସ୍ତେ ଏକାଠି ହୋଇ ଜାତି, ବର୍ଣ୍ଣ, ଧର୍ମ, ଗୋଷ୍ଠୀ, ଦଳ, ସମ୍ପ୍ରଦାୟ ନିର୍ବିଶେଷରେ ଏକାଠି ହୋଇ ସଙ୍ଘିୟ ମନୋଭାବ ରଖି ଶିକ୍ଷକ ସମାଜର ମଙ୍ଗଳ ପାଇଁ ନିଃସ୍ଵାର୍ଥପର ଭାବେ କାମ କରିବାକୁ ଆହ୍ବାନ କରିଥିଲେ । ବୈଠକର ପ୍ରଥମ ଅଧିବେଶନ ପ୍ରଥମେ ପ୍ରତି ସଂଘରୁ ଚାରି ବା ପାଞ୍ଚ ଜଣ ଉଦିୟମାନ ନେତା ଚୟନ କରିବା ପରେ ମୋଟ ସତେଇଶ ଜଣ ନେତାଙ୍କ ଦ୍ବିତୀୟ ଅଧିବେଶନ ବୈଠକ ଅନୁଷ୍ଠିତ ହୋଇଥିଲା । ଦ୍ଵିତୀୟ ଅଧିବେଶନରେ କର୍ମକର୍ତ୍ତା ଚୟନ କରି ସମସ୍ତ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସ୍ଵିକୃତି ଲାଭ କରି ଅନୁମୋଦନ ହୋଇଥିଲା ।

Omkar Vasthu
Omkar Vasthu

ଏଥିରେ ସଭାପତି କବିରାଜ ମଲିକ, ଉପ ସଭାପତି (ପୁରୁଷ) ଦିବାକର ନାୟକ, ଉପ ସଭାପତି (ମହିଳା) ଗୀତାଞ୍ଜଳୀ ମହାପାତ୍ର, କାର୍ଯ୍ୟକାରୀ ସଭାପତି ଗଗନ କୁମାର ଦାଶ, କାର୍ଯ୍ୟକାରୀ ସଭାପତି ଦେବରାଜ ସେଠୀ, କାର୍ଯ୍ୟକାରୀ ସଭାପତି ରମେଶ କୁମାର କଅଁର , କାର୍ଯ୍ୟକାରୀ ସଭାପତି ପ୍ରଦିପ କୁମାର ବର୍ଦ୍ଧନ, ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ସହ ସମ୍ପାଦକ ଆକାଶ ପଣ୍ଡା, କୋଷାଧ୍ୟକ୍ଷ ନୀଳମାଧବ ଦଳାଇ, ଜେଡ୍ ପି ସଭ୍ୟ ସୁଶାନ୍ତ କୁମାର ନାୟକ, ଭରତ ପାଣ୍ଡି, ସ୍ବପ୍ନେଶ୍ବର ରାଉତ, ସୁଭାଶିଷ ଜେନା, ମିଡିଆ ସମ୍ପାଦକ ଗଗନ କୁମାର ଦାଶ ଓ ସୁକାନ୍ତ କୁମାର ନାୟକ ଉପଦେଷ୍ଟା ମୂରଲୀ ପାତ୍ର, ଶୁକଦେବ ଗମାଙ୍ଗ, ରମେଶ ଚନ୍ଦ୍ର ଦଳାଇ, ମିଡିଆ ସମ୍ପାଦକ ଗଗନ କୁମାର ଦାଶ ଓ ସୁକାନ୍ତ କୁମାର ନାୟକ ଓ କାର୍ଯ୍ୟକାରୀ ସଦସ୍ୟ ଭାବରେ କୈଳାସ ନାୟକ, ଆକାଶ ପଣ୍ଡା, ଅଚ୍ୟୁତାନନ୍ଦ ନାୟକ, ଲୁଇସ୍ ନାୟକ, ଶୁକଦେବ ମଲିକ, ସୁଶାନ୍ତ ମଲିକ, ସୁବାଶ ଗମାଙ୍ଗ, ବୃନ୍ଦାବନ ଭୂୟାଁ, ସୁଶାନ୍ତ କୁମାର ନାୟକ, ଜୟ ବର୍ଦ୍ଧନ, ନରେନ୍ଦ୍ର ନାୟକ ନିର୍ବାଚିତ ହୋଇଛନ୍ତି । ସମସ୍ତ ସଂଘକୁ ଏକତ୍ରିତ କରି ମିଳିତ ଶିକ୍ଷକ ସଂଘ, ମୋହନାରେ ଗଠନ ହୋଇଥିବାରୁ ବରିଷ୍ଠ ଶିକ୍ଷକ ଗଗନ କୁମାର ଦାଶଙ୍କ ଚେଷ୍ଟାକୁ ସଂଘ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ତରଫରୁ ଭୂୟସୀ ପ୍ରଶଂସା କରାଯାଇଥିଲା । ପରିଶେଷରେ ପ୍ରତାପ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୫୬୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିବା ବେଳେ ମୂଖ୍ୟ ସଡକ ଉପ୍ରା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.