ଏନ୍‌ଏମ୍‌ଓପିଏସ୍ କୋକସରା ବ୍ଲକ କମିଟି ଗଠିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମୋଟେର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏନ୍‌ଏମ୍‌ଓପିଏସ୍ କୋକସରା ବ୍ଲକ କମିଟି ଗଠିତ ହୋଇଛି । ଏହି ଅବସରରେ ବ୍ଲକର ସମସ୍ତ ସରକାରୀ ବିଭାଗର ଏନ୍‌ପିଏସ୍ କର୍ମଚାରୀ ମାନଙ୍କୁ ନେଇ ଏକ ସାଧାରଣ ବୈଠକ ହୋଇଥିଲା । କୋକସରା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଭୁରିସ୍ରବା ଜାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଏନ୍‌ଏମ୍‌ଓପିଏସ୍ କଳାହାଣ୍ଡି ଜିଲ୍ଲା ସଭାପତି ସାମନ୍ତ କୁମାର ପାଟ୍ଟଯୋଷୀ, ମୁଖ୍ୟବକ୍ତା ଭାବରେ ଅଜିତ କୁମାର ସିଂ ଯୋଗଦେଇଥିଲେ । ସମ୍ମାନିତ ଅତିଥି ସମ୍ପାଦିକା ରାଜ କୁମାରୀ ନାଏକ, ଏନ୍‌ପିଏସ୍ ଶିକ୍ଷକ ସଂଘ ଜୟପାଟଣା ସଭାପତି ଲଲିତ କୁମାର ନାଏକ, ରଞ୍ଜନ କୁମାର ହଂସ, ଇଂ ବାପୁନ ବେହେରା, ସୁଧିର କୁମାର ପଣ୍ଡା ପ୍ରମୂଖ ଯୋଗଦେଇ ଏନ୍‌ପିଏସ୍ ଯୋଜନାକୁ ଦୃଢନିନ୍ଦା କରିବା ସହିତ ଆଗାମୀଦିନରେ ଓଡିଶାରେ ପୁରାତନ ପେନସନ ଯୋଜନା ଲାଗୁ ହେବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବା ପାଇଁ ମତବ୍ୟକ୍ତ କରିଥିଲେ । ଏହାପରେ କର୍ମକର୍ତ୍ତା ନିର୍ବାଚନ ପ୍ରକିୟା ଆରମ୍ଭ ହୋଇଥିଲା । ଏଥିରେ ସଭାପତି ଭାବେ ଦୀପ୍ତି ରଞ୍ଜନ ଠାକୁର ସର୍ବସମ୍ମତି କ୍ରମେ ମନୋନିତ ହୋଇଥିବା ବେଳେ ସମ୍ପାଦକ ଭାବରେ ଭୂବନେଶ୍ୱର ଛତ୍ରିଆ, କୋଷାଧ୍ୟକ୍ଷ ବିଜୟ ଶବର, କାର୍ଯ୍ୟକାରୀ ସଭାପତି ବାପୁନ ବେହେରା, ଯୁଧିଷ୍ଠି କର, ଅଜିତ ସିଂ, ରଞ୍ଜନ ହଂସ, ଥବିର ଧ.ମାଝୀ, ସୁଧିର ପଣ୍ଡା, ମିଡିଆ ସେଲରେ ରମେଶ ଚନ୍ଦ୍ର ସାହୁ, ବିକାଶ ରଞ୍ଜନ ସାହୁ, କୌଶଲ୍ୟା ନାଏକ, ମଦନ ନାଏକ ପ୍ରମୂଖ ମନୋନିତ ହୋଇଥିଲେ । ମନୋତିତ ସମସ୍ତ କର୍ମକର୍ତାଙ୍କୁ ଏନପିଏସ ଉଚ୍ଚ ବିଦ୍ୟାଳୟ କୋକସରା ବ୍ଲକ ସଭାପତି ବୁଦ୍ଧିରାମ ନାଏକ ଶପଥ ପାଠ କରେଇଥିଲେ । ସଭାର ଆଭିମୁଖ୍ୟ ସିଆରସିସି ସୁବାଷ ଚନ୍ଦ୍ର ବାଗ ପ୍ରଦାନ କରିଥିବାବେଳେ ମଞ୍ଚ କୁ ଏନ୍‌ପିଏସ୍ ସରକାରୀ ଉଚ୍ଚ ବିଦ୍ୟାଳୟ କୋକସରା ବ୍ଲକ ସଭାପତି ବୁଧିରାମ ନାଏକ ପରିଚାଲନା କରିଥିବା ବେଲେ ଲୋକନାଥ ଶବର ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.