ଏନଏସଏସ ଦିବସରେ ଜିଲ୍ଳା ଶ୍ରେଷ୍ଠ ‘ସେବା ନାୟକ’ ପୁରସ୍କାରରେ ପୁରସ୍କୃତ ହେଲେ ଛାତ୍ର ଅକ୍ଷୟ ମିଶ୍ର

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାଷ୍ଟ୍ରିୟ ସେବା ଯୋଜନା(ଏନଏସଏସ)ଦିବସରେ ‘ସେବା ନାୟକ ପୁରସ୍କାର’ରେ ପୁରସ୍କୃତ ହେଲେ ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟର ଏନଏସଏସ ୟୁନିଟ-୧ର ଛାତ୍ର ଅକ୍ଷୟ ମିଶ୍ର । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗତ ୨୪ତାରିଖ ଦିନ ରାଷ୍ଟ୍ରିୟ ସେବା ଯୋଜନା ଦିବସ ପାଳନ ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ୭ଟି ଜିଲ୍ଳାର ୧୮୪ଟି ମହାବିଦ୍ୟାଳୟରୁ ୭ଜଣ ଛାତ୍ରଛାତ୍ରୀ ଏବଂ ୭ଜଣ ପ୍ରୋଗାମ ଅଧିକାରୀଙ୍କୁ ସମାଜ ସେବା କ୍ଷେତ୍ରରେ ଶ୍ରେଷ୍ଠ ସାମାଜିକ ସେବୀ ହିସାବରେ ‘ସେବା ନାୟକ’ ତଥା ‘ବୀର ନାୟକ’ପୁରସ୍କାରରେ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଉପ କୂଳପତି ପ୍ରଫେସର ଗୀତାଂଜଳି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସମସ୍ତଙ୍କୁ ପୁରସ୍କାର ବିତରଣ କରିଥିଲେ । ପ୍ରକାଶ ଥାଉ କି,ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟର ଛାତ୍ର ଅକ୍ଷୟ ମିଶ୍ର ଗତ ବର୍ଷ ୨୦୨୧ ଡିସେମ୍ବର ମାସରେ ତାମିଲନାଡୁ ରାଜ୍ୟର କୋୟାମ୍ବାଟୁରରେ ଆୟୋଜିତ ରାଷ୍ଟ୍ରିୟ ଏକତା ଶିବିରରେ ଶ୍ରେଷ୍ଠ ଏନଏସଏସ ସ୍ୱେଚ୍ଛାସେବୀ ଭାବେ ପୁରସ୍କୃତ ହୋଇଥିବା ବେଳେ ପୁଣିଥରେ ସେ ରାୟଗଡା ଜିଲ୍ଳା ଶ୍ରେଷ୍ଠ ସ୍ୱେଚ୍ଛାସେବୀ ହିସାବରେ ‘ସେବା ନାୟକ ପୁରସ୍କାର’ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ଦାସଙ୍କ ଠାରୁ ପୁରସ୍କୃତ ହୋଇ ଜିଲ୍ଳା ପାଇଁ ଗର୍ବ ଓ ଗୈାରବ ଆଣିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଳାର ଗୁଣପୁର ମହାବିଦ୍ୟାଳୟର ଏନଏସଏସ ପ୍ରୋଗ୍ରାମ ଅଧିକାରୀ ଅମୀୟ ରଂଜନ ମହାନ୍ତି ଜିଲ୍ଳା ଶ୍ରେଷ୍ଠ ପ୍ରୋଗ୍ରାମ ଅଧିକାରୀ ଭାବେ ‘ବୀର ସେବକ’ ପୁରସ୍କାର ପାଇଥିଲେ । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣିଥରେ ଏପରି ୨ଟି ପୁରସ୍କାର ଜିଲ୍ଳାର ଛାତ୍ର ଏବଂ ଶିକ୍ଷକଙ୍କୁ ମିଳିଥିବାରୁ ଶିକ୍ଷକ ଶ୍ରୀ ମହାନ୍ତି ଏବଂ ଛାତ୍ର ଅକ୍ଷୟଙ୍କୁ ବିଭିନ୍ନ ମହଲରୁ ଅନେକ ପ୍ରଶଂସାର ସୂଅ ଛୁଟିଛି । ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଭି.ଆର.ରତ୍ନଶ୍ରୀ,ଏନଏସଏସ ୟୁନିଟ-୧,୨ ଓ ୩’ର ପ୍ରୋଗ୍ରାମ ଅଧିକାରୀ ଅଶୋକ କୁମାର ସାହୁ, ଏ.ଭି.ପି.ଗୁପ୍ତା, ଶ୍ରୀମତୀ କେ.କେ.ଜାନୀ ଏବଂ ଅନ୍ୟାନ୍ୟ ଶିକ୍ଷକଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ପୁରସ୍କୃତ ଶିକ୍ଷକ ଓ ଛାତ୍ର ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ପରିତାପର ବିଷୟ ଏପରି ଖବରକୁ ଜିଲ୍ଳା ପ୍ରଶାସନ ଅଣଦେଖା କରିଛି । ବର୍ତମାନ ଛାତ୍ର ଅକ୍ଷୟ ମିଶ୍ର ଝାରସୁଗୁଡା ସ୍ଥିତ ବେଦାନ୍ତ ଆଲୁମିନା ଲିମିଟେଡ୍ କମ୍ପାନୀରେ କଲେଜ କ୍ୟାମ୍ପସ ପ୍ଳେସମେଂଟରେ ଚାକିରି ପାଇ ଗ୍ରାଜୁଏଟ୍ ଟ୍ରେନି ଭାବେ ଚାକିରି କରୁଥିବାରୁ ତାଙ୍କ ଅନୁପସ୍ଥିତିରେ ଅକ୍ଷୟଙ୍କ ମାଁ ଶ୍ରୀମତି ଶିବାନୀ ମିଶ୍ର ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ । ଛାତ୍ର ଅକ୍ଷୟ ମିଶ୍ର ବିଭିନ୍ନ କ୍ଷେତ୍ରରେ ରାଜ୍ୟ ଏବଂ ଜାତୀୟ ସ୍ତରରେ ପୁରସ୍କାର ବିଜୟ ଲାଭ କରି ରାୟଗଡା ଜିଲ୍ଳା ଏବଂ ଓଡିଶା ପାଇଁ ଗର୍ବ ଓ ଗୈାରବ ଆଣୁଥିବା ବେଳେ ଜିଲ୍ଳା ପ୍ରଶାସନ ତାଙ୍କୁ ଶୁଭେଚ୍ଛାଟିଏ ମଧ୍ୟ ଜଣାଉ ନ ଥିବା ଏବଂ ଅଣଦେଖା କରୁଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.