ବ୍ଲକ ସ୍ତରୀୟ ଏନଏମ୍ଓପିଏସ୍ କ୍ରିୟାନୁଷ୍ଠାନ କମିଟି ଗଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ବିଭାଗର କର୍ମଚାରୀ ମାନଙ୍କୁ ନେଇ ବ୍ଲକ ସଦର ସ୍ଥିତ ଯୁକ୍ତ ଦୁଇ ମହାବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଏନଏମ୍ଓପିଏସ୍ କମିଟି ଗଠିତ ହୋଇଯାଇଛି। ବ୍ଲକ ଶିକ୍ଷକ ସଂଘ ସଭାପତି ରୋହିତ କୁମାର ରଣାଙ୍କ ସଭାପତିତ୍ୱରେ ଏନଏମ୍ଓପିଏସ୍ କଳାହାଣ୍ଡି ଜିଲ୍ଲା ଉପ ସଭାପତି ବସନ୍ତ କୁମାର, ଜୟପାଟଣା ବ୍ଲକ ସମ୍ପାଦକ ଲଳିତ କୁମାର ନାଏକ, ଥୁଆମୂଳ ରାମପୁର ବ୍ଲକ ସଭାପତି ଅଜିତ କୁମାର ନାୟକ, ଭବାନୀପାଟଣା ବ୍ଲକ ସଭାପତି ପ୍ରଦ୍ୟୁମ୍ନ ହୋତା, ଜିଲ୍ଲା ଯୁଗ୍ମ ସମ୍ପାଦକ ଉପେନ୍ଦ୍ର ପଧାନ, କର୍ଲାମୁଣ୍ଡା ବ୍ଲକ ସମ୍ପାଦକ ସୁଦର୍ଶନ ସାହୁ ପ୍ରମୁଖ ଯୋଗଦେଇ ସରକାରଙ୍କ ନୂତନ ପେନସନ ନୀତିକୁ ଉଛେଦ ଓ ପୁରାତନ ପେନସନ ପ୍ରଚଳନ ପାଇଁ ସମସ୍ତ ବିଭାଗର କର୍ମଚାରୀ ମାନଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ। ଏଥି ସହିତ ଏକ ବ୍ଲକ ସ୍ତରୀୟ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଥିଲା। ଏଥିରେ ମାଧ୍ୟମିକ ଶିକ୍ଷା ବିଭାଗରୁ ସଭାପତି ଭାବେ ସୁରଜିତ ରଣା, ପ୍ରାଥମିକ ଶିକ୍ଷା ବିଭାଗରୁ ସଂପାଦକ ଭାବେ ଉଜ୍ଜ୍ୱଳ କୁମାର ସାହୁ, ସ୍ୱାସ୍ଥ୍ୟ ବିଭାଗରୁ ଉପସଭାନେତ୍ରୀ ଭାବେ ଶୁଭଶ୍ରୀ କାନୁନଗୋ, ପଂଚାୟତରାଜ ବିଭାଗରୁ ଉପ ସଭାପତି ଭାବେ ପ୍ରଦୀପ କୁମାର ମାଝୀ, ଗୃହ ବିଭାଗରୁ ଉପସଭାପତି ଭାବେ ପୂର୍ଣ୍ଣ ଚନ୍ଦ୍ର ସାହୁ, ସ୍ୱାସ୍ଥ୍ୟ ବିଭାଗରୁ ସହ ସମ୍ପାଦକ ଭାବେ ବିମଳ ସାହୁ, ଅଗ୍ନିଶମ ବିଭାଗରୁ ସହ ସମ୍ପାଦକ ପ୍ରଣବ ପ୍ରକାଶ ନାଏକ, ପ୍ରାଣୀ ସମ୍ପଦ ବିଭାଗରୁ ସହ ସମ୍ପାଦକ ସନ୍ତୋଷ ମାଝୀ, ଶିକ୍ଷା ବିଭାଗରୁ କୋଷାଧ୍ୟକ୍ଷ ଭାବେ ମନୋଜ କୁମାର ମିଶ୍ର, କୃଷି ବିଭାଗରୁ କାର୍ଯ୍ୟକାରି ସଭାପତି ଭାବେ ପିତାମ୍ବର ମାଝୀ, ରାଜସ୍ୱ ବିଭାଗରୁ ସଂଗଠନ ସମ୍ପାଦକ ମୋହନ ପଧାନ, ମିଡିଆ ସମ୍ପାଦକ ପ୍ରସନ୍ନ କୁମାର ସାହୁ ଓ ସୌଭାଗ କୁମାର ସାହୁ, ଉପଦେଷ୍ଟା ଭାବେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରୋହିତ କୁମାର ରଣା, ସମ୍ପାଦକ ସୁଦର୍ଶନ ସାହୁ ପ୍ରମୁଖ ମନୋନୀତ ହୋଇଥିଲେ। ଉଜ୍ଜଳ କୁମାର ସାହୁ କାର୍ଯ୍ୟକ୍ରମରେ ସଂଯୋଜାନ କରିଥିବା ବେଳେ କାଶୀନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.