ନର୍ଲାରେ ଅଗ୍ରସେନ ଜୟନ୍ତୀ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଅଗ୍ରସେନ କମିଟି ତରଫରୁ ଅଗ୍ରସେନ ଜୟନ୍ତୀ ପାଳିତ ହୋଇଯାଇଛି । ମହାରାଜ ଅଗ୍ରସେନଙ୍କୁ ଏକ ସୁସଜ୍ଜିତ ବିମାନରେ ବସାଇ ୧୦୦ ରୁ ଉଦ୍ଧ୍ୱର୍ ମହିଳା ଓ ପୁରୁଷ ଭକ୍ତ ନର୍ଲା ନଗର ପରିକ୍ରମା କରିଥିଲେ । ଏହାପରେ ବିକ୍ରମ ଅଗ୍ରୱାଲ ମାର୍କେଟ କମ୍ପ୍ଲେକ୍ସ ପରିସର ମଧ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମାରୱାଡି ସମ୍ମେଳନର ସଭାନେତ୍ରୀ ଲୀଳା ଦେବୀ ଅଗ୍ରୱାଲଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସମାଜସେବୀ ମଦନଲାଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଅଶୋକ କୁମାର ଅଗ୍ରୱାଲ, ମୁକଶେ ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ । ଜୀବନର ଅନ୍ତିମ ସମୟରେ ନର୍ଲାର ବରିଷ୍ଠ ନାଗରିକ ସ୍ୱର୍ଗତ ଦୟାବତୀ ଅଗ୍ରୱାଲ ଓ ରାମଚନ୍ଦ୍ର ଅଗ୍ରୱାଲ ସମାଜରେ ରହିଥିବା ଗରୀବ ଦୃଷ୍ଟିହୀନଙ୍କ ପାଇଁ ସେମାନଙ୍କ ଆଖି ଦାନ କରିଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢାରେ ସୁବିଧା ପାଇଁ ସେମାନଙ୍କ ଶରୀର ଦାନକରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଏଣୁ ଅଗ୍ରସେନ ଜୟନ୍ତୀ କାର୍ଯ୍ୟକ୍ରମ ଅବସରରେ ଏହି ଦୁଇ ମହାନ ବ୍ୟକ୍ତିଙ୍କ ସୁପୁତ୍ର ଅଶୋକ କୁମାର ଅଗ୍ରୱାଲଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଦେଇ ସଭାରେ ସମ୍ମାନୀତ କରାଯାଇଥିଲା । ଯୁବ ନେତୃତ୍ୱ ନିକୁଞ୍ଜ ଦତ୍ତା ମଞ୍ଚ ପରିଚାଳନା କରିଥିଲେ । ଏଥିରେ ଅନ୍ୟ ବରିଷ୍ଠ ସଦସ୍ୟ ମାନଙ୍କ ମଧ୍ୟରେ ପୂରବ ଅଗ୍ରୱାଲ (ମଣ୍ଟୁ), ଅମୀତ ଅଗ୍ରୱାଲ, ଦୀପକ ଅଗ୍ରୱାଲ, ରୋହନ ଖେତାନ(ଗଲୁ), ଶୁଭମ ଅଗ୍ରୱାଲ, ଶୁଭମ ଜୈନ, ରାଜେଶ ଅଗ୍ରୱାଲ, ଆକାଶ ଖେତାନ, ବିଜୟ ଅଗ୍ରୱାଲ, ବିକ୍ରମ ଅଗ୍ରୱାଲ ପ୍ରମୁଖ ସକ୍ରୀୟ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ନିକିତା ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.