ବିବେକସେନା ପକ୍ଷରୁ ‘ସଡ଼କ ସୁରକ୍ଷା ଓ ଜୀବନ ରକ୍ଷା’ କର୍ମଶାଳା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସ୍ଥାନୀୟ ବିବେକ କନଫରେନ୍ସ ହଲ ଠାରେ କଳାହାଣ୍ଡିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବିବେକସେନା ତରଫରୁ ସଡକ ସୁରକ୍ଷା ଓ ଜୀବନ ରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିବେକସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ – ସମସ୍ତ ଜୀବନ ହେଉଛି ଅମୂଲ୍ୟ, ସମସ୍ତେ ଦୁଇ ଚକିଆ ଯାନ ଚଲାଇବା ବେଳେ ହେଲମେଟ ଓ ଚାରିଚକିଆ ଯାନ ଚଳାଇବା ବେଳେ ସିଟ ବେଲ୍ଟଟ ସହ ସରକାରଙ୍କ ସମସ୍ତ ନୀତି ନିୟମ ମାନି ଚଳିଲେ ଦୁର୍ଘଟଣାରୁ ବଞ୍ଚିପାରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ବିବେକସେନା ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ସଦସ୍ୟ ନବୀନ ସା ଓ ବିବେକସେନାର ଶିଶୁ ଚିତ୍ରକଳା ଜିଲ୍ଲା ମୁଖ୍ୟ ମୁକୁନ୍ଦ ରେଡ୍ଡୀ ସମ୍ମାନିତ ଅତିଥି ଭାବେ ଏହି କାର୍ଯ୍ୟଶାଳାରେ ଯୋଗ ଦେଇଥିଲେ । ନିକଟ ଭବିଷ୍ୟତରେ ସ୍କୁଲ କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ‘ସଡକ ସୁରକ୍ଷା ଓ ଜୀବନ ରକ୍ଷା’ ଉପରେ ଏକ ଚିତ୍ର କଳା ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଶ୍ରୀ ରେଡ୍ଡୀ ସୂଚନା ଦେଇଥିଲେ । ନରେଶ ସୁନାନୀ, ସୁଶାନ୍ତ ନାଏକ, ବସନ୍ତ ନାଏକ, ବୃଷଭ ଦାସ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.