✍🏼ବିଶ୍ବବିଜୟୀ ଦାଶ
ଆପଣଙ୍କ ଅବର୍ତ୍ତମାନରେ ଆପଣଙ୍କ ସ୍ମୃତିକୁ ପାଥେୟ କରି ବଞ୍ଚିଛି । ଆପଣ ଶିକ୍ଷକତାକୁ ନିଜର ବ୍ରତ ଭାବେ ଗ୍ରହଣ କରି ପ୍ରଥମେ ନୟାଗଡ଼ ଜିଲ୍ଲାରେ ଶିକ୍ଷକତା କରି, ପରବର୍ତ୍ତୀ ସମୟରେ ବାଣପୁର ବ୍ଲକର ଅନେକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ପରିଶେଷରେ ଭଗବତୀପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଥିବା ସମୟରେ ଅସୁସ୍ଥତା ମାଡ଼ି ବସିଲା । ଅସୁସ୍ଥ ଥାଇ ମଧ୍ୟ ଶିକ୍ଷାଦାନରୁ ବିଚ଼୍ୟୁତ ହୋଇନଥିଲେ, କିନ୍ତୁ ତୁମେ ଭାବିଥିବା ସ୍ବପ୍ନ ଅଧା ରହିଗଲା । ଶିକ୍ଷକତାରୁ ଅବସର ନେବା ପୂର୍ବରୁ ଏ ଦୁନିଆ ଛାଡ଼ି ଚ଼ାଲିଗଲ, ମୋର ଦୁର୍ଭାଗ୍ୟ ଯେ, ମୁଁ ତୁମକୁ ଦେଖିବାର ସୌଭାଗ୍ୟ ପାଇପାରିଲି ନାହିଁ । ତୁମ ସ୍ମୃତି ଓ ଆଦର୍ଶକୁ ଧରି ଆଜି ବି ଚ଼ାଲୁଛି । ତୁମର ଥିବା ଅଧୁରା ସ୍ବପ୍ନ ପୂରଣ କରିପାରିବି କି ନାହିଁ, ତାହା ବି ମୁଁ ଜାଣିନି । କେବଳ ତୁମେ ହିଁ ମୋର ପରିଚ଼ୟ । ତୁମ ପରିଚ଼ୟ ନେଇ ଆଜି ବି ବାଟ ଚ଼ାଲୁଛି । ତୁମେ ଯେଉଁଠି ଥିଲେ ବି ମୋତେ ଆର୍ଶୀବାଦ କର, ତୁମେ ଛାଡ଼ି ଯାଇଥିବା ଅଧୁରା କାମକୁ ମୁଁ ଯେମିତି ପୂରଣ କରିପାରିବି । ଆପଣଙ୍କର ଉଦ୍ଦେଶ୍ୟ ଥିଲା ଶିକ୍ଷକତା ସହ ସମାଜସେବା ଓ ଅଞ୍ଚଳର ଉନ୍ନତି, କିନ୍ତୁ ସମାଜସେବା ପ୍ରତି ଅଗ୍ରସର ହେଉଥିବା ସମୟରେ ଶାରୀରିକ ଅସୁସ୍ଥତା ସମାଜସେବାରୁ ନିବୃତ କରି ରଖିଥିଲେ ମଧ୍ୟ ଶିକ୍ଷକତାରୁ ନିବୃତ ହୋଇପାରିନଥିଲ । “ଜାତସ୍ୟ ହିଁ ଧ୍ରୁବ ମୃତ୍ୟୁ” । ମୃତ୍ୟୁଟା ଅତ୍ୟନ୍ତ ବାସ୍ତବ ଏବଂ ଧ୍ରୁବ ସତ୍ୟ । ଜନ୍ମ ଏବଂ ମୃତ୍ୟୁ ବିଧି ଅଭିପ୍ରେତ । କାଳଜୟୀ ପୁରୁଷ ମୃତ୍ୟୁର କଠୋରତା ମଧ୍ୟରେ ଅବଲୀନ ହେଲେ ମଧ୍ୟ ତାର ସାଧନା, ସିଦ୍ଧି ଏବଂ ସୁକୃତ ପାଇଁ ସେ ଯେପରି ଅମର ରହେ, ବ୍ରଜବନ୍ଧୁ ଦାଶ ସେହିପରି ଆଦର୍ଶ ଶିକ୍ଷକର ପରାକାଷ୍ଠା ନିମନ୍ତେ ଯେଉଁ ଅଙ୍ଗୀକାରବଦ୍ଧତା ଗମ୍ଭାରିମୁଣ୍ଡା ଅଞ୍ଚଳ ତଥା ବାଣପୁରର ପ୍ରତ୍ୟେକ ମଣିଷ ନିକଟରେ ଛାଡ଼ି ଚ଼ାଲି ଯାଇଛନ୍ତି ସେଥିପାଇଁ ଗମ୍ଭାରିମୁଣ୍ଡାର ପ୍ରତିଟି ମଣିଷ ନିକଟରେ ଯୁଗେ ଯୁଗେ ଅମର ହୋଇରହିଥିବେ – ଏଥିରେ ଦ୍ବିମତ ନାହିଁ । ଦିନ ଯାଏ, ଚ଼ିହ୍ନ ରହେ । ସ୍ମୃତିର ପାଉଁଶ ତଳୁ ମିଳିବ ଅସତ୍ୟ ସହରର ଅନେକ କାହାଣୀ- କିମ୍ବଦନ୍ତୀ, ମିଳିବ ଅନେକ କାଳ୍ପନିକ ଚ଼ିତ୍ରପଟ, କିନ୍ତୁ ମିଳିବନି ବାସ୍ତବ ମଣିଷର ଅଭୂଲା-ଅପାଶୋରା ମୁହଁଟିଏ । ମୋ ଅଜା ସ୍ବର୍ଗତ ବ୍ରଜବନ୍ଧୁ ଦାଶଙ୍କ ୨୯ ତମ ଶ୍ରାଦ୍ଧବାର୍ଷିକ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳୀ ଓ କୋଟି କୋଟି ପ୍ରଣାମ କରୁଛି ।
।।ଇତି।।
ତୁମର ନାତି