ଚାଲିଛି ନବରାତ୍ର ପୂଜା: ସାଂସ୍କୃତିକ କାର୍ଯ୍ୟକ୍ରମରେ ରଙ୍ଗିନ ହେଉଛି ରାତି, ବିଶେଷ ଆକର୍ଷଣ ରହିବ ରାବଣ ପୋଡି
ଓଡ଼ିଆ ବାର୍ତ୍ତା/ ଉତ୍କେଲା (ଅର୍ଜୁନ ପୋଢ): ଧରାବତରଣ କରିଛନ୍ତି ଜଗତଜନନୀ ଦେବୀ ଦୁର୍ଗା । ଚାଲିଛି ମାଁଙ୍କ ନବରାତ୍ର ପୂଜା । ଏହି କ୍ରମରେ କେସିଙ୍ଗା ବ୍ଲକ ଉତ୍କେଲା ଠାରେ ମଧ୍ୟ ଆରମ୍ଭ ହୋଇଛି ଦୁର୍ଗା ପୂଜା । ଏବର୍ଷ ଉତ୍କେଲା ଶାରଦୀୟ ଦୁର୍ଗା ପୂଜା ୫୩ ବର୍ଷରେ ପଦାର୍ପଣ କରିଛି । ମହାଳୟା ଦିନ ସନ୍ଧ୍ୟାରେ ପାଟବନ୍ଧରୁ କଳସୀରେ ଜଳ ଆଣି ପୂଜା ମଣ୍ଡପରେ ସ୍ଥାପନ କରି ଅଧିବାସ ପୂଜା କରାଯାଇ ସୋମବାର ଦିନ ସକାଳୁ ରୀତିନୀତିରେ ପୂଜା ଆରମ୍ଭ ହୋଇ ଯାଇଛି । ଏବର୍ଷ କୋଭିଡ କଟକଣା ନଥିବାରୁ ମା ଙ୍କ ପୂଜା ଓ ସନ୍ଧ୍ୟା ଆଳତୀ ମହାଆଡମ୍ବରରେ କରାଯିବା ସହ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯିବ ବୋଲି ପୂଜା କମିଟି ସଭାପତି ରୁପଚାନ୍ଧ ଜୈନ ପ୍ରକାଶ କରିଛନ୍ତି । ପୂଜାର କର୍ତ୍ତା ଭାବରେ ଅଭିଷେକ ଗୋୟଲ ଓ ତାଙ୍କରି ଧର୍ମପତ୍ନୀ ଆକୃତି ଗୋୟଲ ଦାଇତ୍ୱ ନିର୍ବାହ କରୁଛନ୍ତି । ପୂଜା କମିଟିର ଉପ ସଭାପତି ରାଜ କୁମାର ଅଗ୍ରୱାଲ, ସଂପାଦକ ତ୍ରିନାଥ ମାଝି, ସହ ସଂପାଦକ ଅର୍ଜୁନ ପୋଢ, ଉପଦେଷ୍ଟା ବଲଦେବ ପୁରୋହିତ, ଅଗସ୍ତି ସା ଏବଂ କାର୍ଯ୍ୟକର୍ତ୍ତା ବ୍ରହ୍ମ କୁମାର ଗୋୟଲ, ଲାଲ ବାହାଦୁର ପୁଟେଲ, ବିବେକ ଜୈନ, ବିଜୟାନନ୍ଦ ପୁରୋହିତ, ଅଙ୍ଗଦ ସା, ନିଶିତ ରଞ୍ଜନ ନାଏକ, ସୁଦର୍ଶନ ଭୋଇ, ଗରିବ ସା, ପବନ କୁମାର ଜୈନ, ଭୁବନେ ନାଗ, ଗୌରବ ଜୈନ, ପ୍ରବୀଣ କୁମାର ଜୈନ, ଟଙ୍କଧର ସା ଓ ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗରେ ଧୁମଧାମରେ ନବରାତ୍ରୀ ପାଳନ ହେଉଛି । ଏହି ନଅ ଦିନ ଶକ୍ତି ପୂଜା ପାଇଁ ମୁଖ୍ୟ ପୂଜକ ଚନ୍ଧ୍ରଧ୍ବଜ ମିଶ୍ର ଓ ସୁନୀଲ ଦାଶ ସହ ପୂଜକ ଭାବେ ଦାଇତ୍ୱ ତୁଲାଉଛନ୍ତି । ୨୮ ସେପ୍ଟେମ୍ବର ବୁଧବାର ରାତିରେ କେସିଙ୍ଗା ବୃନ୍ଦାବନ ସାସ୍କୃତିକ ଅନୁଷ୍ଠାନ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଛି ।

ନଭେମ୍ବର ୦୧ ତାରିଖ ଶନିବାର ଡ୍ୟାନସ ଡ୍ୟାନସ ଧମାକା, ୦୨ ତାରିଖ ରବିବାର ମାଁ ଭଣ୍ଡାରୁଣି ନାଟ୍ୟ କଳା ପରିଷଦ ଲୁହାବାହିଲିର ମହାନ କାଳ୍ପନିକ ନାଟକ ସାବିତ୍ରୀ ଲେଖୁଛି ନିଜ ସ୍ବାମୀ ର ଭାଗ୍ୟ । ୦୪ ତାରିଖ ମଙ୍ଗଳବାର ମେଲୋଡି କାର୍ଯ୍ୟକ୍ରମ ଏବଂ ବିଜୟା ଦଶମୀ ବୁଧବାର ଅନ୍ତିମ ଦିନରେ ବିଶେଷ ଆକର୍ଷଣ ରାବଣ ପୋଡି କାର୍ଯ୍ୟକ୍ରମ ହେବ ବୋଲି କମିଟି ପକ୍ଷରୁ ସୂଚନା ରହିଛି ।





