ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ନର୍ଲା, ଆଳତୀ ସମୟରେ ପ୍ରବଳ ଭକ୍ତ ସମାଗମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏବେ ପାର୍ବଣ ଋତୁ । ଦୁର୍ଗାପୂଜା ପାଇଁ ସାରା ଓଡିଶା ଉତ୍ସବ ମୁଖର ହୋଇ ଉଠିଥିବା ବେଳେ କଳାହାଣ୍ଡି ଜିଲ୍ଲାର ନର୍ଲା ମଧ୍ୟ ଚଳ ଚଞ୍ଚଳ ହୋଇ ପଡିଛି । ନର୍ଲାର ୭ ଗୋଟି ସ୍ଥାନରେ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଛି । ନର୍ଲା ପୋଲିସ ପକ୍ଷରୁ ବ୍ୟାପକ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳୁଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନର୍ଲା ବ୍ଲକର ରୁପ୍ରାରୋଡ ଓ ନର୍ଲାରୋଡରେ ନବରାତ୍ରୀ ପୂଜା ଚାଲୁଛି । ଅନ୍ୟପକ୍ଷେ ନର୍ଲା, ବାଲିପଡା, ରୁପ୍ରା ପ୍ରଭୃତି ସ୍ଥାନରେ ୫ ଦିନ ଓ ତିନି ଦିନ ପୂଜା ଚାଲିଥିବା ଦେଖିବାକୁ ମିଳୁଛି । ରୁପ୍ରାରୋଡ ଓ ନର୍ଲାର ନବରାତ୍ରୀ ଦୁର୍ଗାପୂଜା ପାଇଁ ଗତ ରବିବାର କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା ଓ ସୋମବାରରୁ ବିଧିବଦ୍ଧ ଭାବରେ ଦୁର୍ଗା ପୂଜା ଚାଲି ଆସୁଛି । ଆଜି ପୂଜା ମଣ୍ଡପରେ ମାଙ୍କ ଷଷ୍ଠି ପୂଜା ଚାଲିଛି ।

Udyog Nursery
Udyogi Nursery

ପ୍ରତ୍ୟହ ସଂଧ୍ୟା ୭ ଘଣ୍ଟା ସମୟରେ ମାଙ୍କ ସଂଧ୍ୟା ଆଳତୀରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ପରିଲକ୍ଷିତ ହେଉଛି । ସେହିଭଳି ନର୍ଲାର ସାର୍ବଜନିନ ଦୁର୍ଗା ପୂଜା ପାଇଁ ଗତ ଗୁରୁବାର ରାଣି ବନ୍ଧରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର ଠାରୁ ନର୍ଲାର ପୂଜା ବିଧିବଦ୍ଧ ଭାବରେ ଚାଲୁଥିବା ଜଣାପଡିଛି ।

ସେହିଭଳି ବାଲିପଡାର ଦୁର୍ଗାପୂଜା ପାଇଁ ଆଜି କଳସ ଯାତ୍ରା ହୋଇଥିବା ବେଳେ ଆସନ୍ତା କାଲି ରବିବାର ୨/୧୦ ସପ୍ତମୀ ତିଥିରୁ ବିଧିବଦ୍ଧ ଭାବରେ ଆରମ୍ଭ ହେବ ପୂଜା ବୋଲି କମିଟି ସୂତ୍ରରୁ ଖବର ମିଳିଛି । ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ପୂଜା ଫିକା ପଡିଥିଲା ।

ଏଥର ଦୁର୍ଗା ପୂଜାକୁ ନେଇ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳୁଛି । ଏଥିପାଇଁ ପୂଜା ପରିଚାଳନା କମିଟି ଗୁଡିକ ତରଫରୁ ମଧ୍ୟ ପ୍ରତ୍ୟହ ମନୋରଞ୍ଜନର କାର୍ଯ୍ୟକ୍ରମ ଗୁଡିକର ଆୟୋଜନ କରାଯାଇଛି ।ପୂଜା ମଣ୍ଡପ ଗୁଡିକରେ ବିଶେଷ କରି ମାଙ୍କ ଆଳତୀ ସମୟରେ ପ୍ରବଳ ଭିଡ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳୁଛି । 

ପବିତ୍ର ଦୁର୍ଗା ପୂଜା ଅବସରରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ଜୋନ୍ ୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ, ନର୍ଲା ବ୍ଲକ କଂଗ୍ରେସ କମିଟି ସଭାପତି ସମୀର ଚାନ୍ଦ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ସର୍ଗିଗୁଡା ସରପଞ୍ଚ ଦୀପାଞ୍ଜଳୀ ବୁଦ୍ଧିଆ, ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ପ୍ରମୁଖ ଅଞ୍ଚଳ ବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.