କବିତା: ଦେବୀ ଆବାହନ

✍🏼ରଞ୍ଜିତ କୁମାର ସାହୁ

ନବରୂପ ଘେନି ସାଜିଛି ପ୍ରକୃତି,
ଶସ୍ୟ ଶ୍ୟାମଳା ପ୍ରମୋଦା ପ୍ରସୂନା ।
ଆସ ଗୋ ଜନନୀ କରଇ ଧରଣୀ,
ଆଗମନର ତୁମର ବାଞ୍ଛନା ।

ପାର୍ବଣର ରଙ୍ଗ ଭରେ ଚଉଦିଗେ,
ମନ୍ଦିରେ ମନ୍ଦିରେ ହୂଏ ପ୍ରାର୍ଥନା ।
ଶରତ ପବନେ ଗୁଞ୍ଜେ ମନ୍ତ୍ରଧ୍ଵନି,
ହୃଦୟେ ହୃଦୟେ ହୁଏ ଉପାସନା ।

ତୁମ ଆବାହନ କରେ ଜନ ଜନ,
କରି ତୁମର ଆଶିଷ କାମନା ।
ଅଜ୍ଞାନ ଅନ୍ଧାର ସରସ୍ଵତୀ ସାଜି,
ଦୂର କର ତୋଳି ଜ୍ଞାନ ମୂର୍ଚ୍ଛନା ।

ମହାଲକ୍ଷ୍ମୀ ରୂପେ ଜଗତରେ ଶାନ୍ତି,
ସମୃଦ୍ଧିର କର ତୁମେ ସ୍ଥାପନା ।
ଦୁର୍ଗା ରୂପ ଧାରି ଦୁର୍ଗତି ବିନାଶି,
କର ସମଗ୍ର ସୃଷ୍ଟିର ସୃଜନା ।

ଯୁକ୍ତରାଷ୍ଟ୍ର ଆମେରିକା
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.