ନର୍ଲାର କବି ଭଦ୍ରକ ମଞ୍ଚରେ ସମ୍ବର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାଟିଲଗ୍ନା ସାହିତ୍ଯ ସଂସଦ ଆନୁକୁଲ୍ଯରେ ରାଜ୍ଯ ସ୍ତରୀୟ ଶାରଦୀୟ ସାହିତ୍ଯ ମହୋତ୍ସବ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ଗୁଆଗଡିଆ ରାସବିହାରୀ ସରକାରୀ ଉଚ୍ଚ ବିଦ୍ଯାଳୟଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମାଟିଲଗ୍ନା ସାହିତ୍ୟ ସଂସଦର ସଭାପତି କିଶୋର ଚନ୍ଦ୍ର ପ୍ରଧାନଙ୍କ ଅଧ୍ଯକ୍ଷତାରେ ଓ ଉପ ସଭାନେତ୍ରୀ ସରସ୍ବତୀ ବାରିକଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସାହିତ୍ୟ ଭିତ୍ତିକ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିବା ବେଳେ ୧୧୦ ଜଣ କବି ସମ୍ବର୍ଦ୍ଧିତ ହୋଇଥିଲେ । ରାଜ୍ଯର ଅନେକ ଜିଲ୍ଲାରୁ ମହାନ ପ୍ରତିଭା ସାରସ୍ବତ ସାଧକ/ସାଧିକା ସହ ବରେଣ୍ଯ ଅତିଥିଗଣ ଉପସ୍ଥିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରୁ କିଶୋର ଚନ୍ଦ୍ର ତ୍ରିପାଠୀ ଏବଂ ମୋହନ କୁମାର ଭଟ୍ଟଙ୍କୁ ‘ମାଟିଲଗ୍ନା ସାରଥୀ’ ସମ୍ମାନରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କବୟତ୍ରୀ ମଞ୍ଜୁଲତା ଦାଶ ଏବଂ ଲକ୍ଷ୍ମୀ ପଟ୍ଟନାୟକ ‘ମାଟିଲଗ୍ନା ବନ୍ଧୁ’ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଥିଲେ । ନର୍ଲାର କବିମନେ ଭଦ୍ରକର ମଞ୍ଚରେ ସମ୍ବର୍ଦ୍ଧିତ ହୋଇଥିବାରୁ ନର୍ଲା ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ଏଭଳି ସଫଳତା ପାଇଁ ନର୍ଲାର କବି ଗଣଙ୍କୁ ନର୍ଲା ବିଧାୟକ ଭୁପିନ୍ଦର ସିଂ, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, କଳାହାଣ୍ଡି ଲୋକସଭା ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.