ସ୍ବାଧୀନତା ସଂଗ୍ରାମୀ ଅଧିକାରୀ ମହାନ୍ତିଙ୍କ ସ୍ମୃତି ସଭା

ଓଡ଼ିଆ ବାର୍ତ୍ତା/ କଟକ (ଶ୍ରୀକାନ୍ତ ବେଉରା): ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଅଧିକାରୀ ମହାନ୍ତିଙ୍କ ସ୍ମୃତିସଭା ନବଯୁଗ ସାହିତ୍ୟ ସଂସଦ ଆନୁକୂଲ୍ୟରେ କଟକ ପାଲିତ ପଡାସ୍ଥିତ ନବଯୁଗ ପ୍ରେସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଇନ୍ଦ୍ରଜିତ ଘୋଷଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସମ୍ବାଦିକ ଡ. ସତ୍ୟ ରାୟ ଯୋଗଦେଇ କହିଲେ ସ୍ବାଧିନତା ସଂଗ୍ରାମରେ ଓଡିଶାର ଅବଦାନ କମନୁହେଁ କିନ୍ତୁ ସ୍ବାଧୀନତା ସଂଗ୍ରାମରେ ଝାସଦେଇ ଅନେକ ସଂଗ୍ରାମୀ ନିଜକୁ ବଳିଦାନ ଦେଇଥିଲେ ମଧ୍ୟ ତାଙ୍କର ନାମ ଲୋକଲୋଚନକୁ ଆସିପାରିନାହିଁ ।ଏହା ଏକ ଦୁଃଖର ବିଷୟ । ଅନ୍ୟତମ ଅତିଥୀ ଭାବରେ ଯୋଗଦେଇ ଉତ୍କଳ ସାହିତ୍ୟ ସମାଜର ସଭାପତି ଡ. ଗୋବିନ୍ଦ ଚାନ୍ଦ ଓଡିଶାରେ ସ୍ବାଧୀନତା ସଂଗ୍ରାମ ଓ ନବଯୁଗ ସାହିତ୍ୟ ସଂସଦର ଇତିହାସ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୈଳାସ ଜେନା, ଅମରେନ୍ଦୁ ମହାନ୍ତି, କ୍ଷୀରୋଦ ବିଶ୍ବାଳ , ନାରାୟଣ ଭୋଳ ପ୍ରମୁଖ “ସାଂପ୍ରତିକ ପରିସ୍ଥିତିରେ ଯୁବ ଛାତ୍ରଙ୍କ ଭୂମିକା” ଶିର୍ଷକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହିସଭାରେ ଡ. ଚାନ୍ଦଙ୍କୁ ନବଯୁଗ ସାହିତ୍ୟ ସଂସଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସାହିତ୍ୟିକ ଉଦୟ କେଶରୀ ବର୍ମା, ଯୁବ ଓ ଛାତ୍ର ନେତା ଦୀନେଶ ରଞ୍ଜନ ରାଉତ, ହିତେଶ ମହାନ୍ତିଙ୍କୁ ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରରମ୍ଭରେ ବିନୋଦ ବେହେରା ସଂଗ୍ରାମୀ ଅଧିକାରୀ ମହାନ୍ତିଙ୍କ ସଂପର୍କରେ ସାମକ୍ୟ ସୂଚନା ଦେଇଥିଲେ । ଆବାହକ ଅଭୟ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ଅଧ୍ୟାପକ ଅଶୋକ ଦାସ, ରଞ୍ଜନ ଓଝା, ହରିହର ମହାନ୍ତି, ନାରାୟଣ ଭୋଇ, ଅଶୋକ ତା, ବଂଶୀଧର ସେଠୀ, ରାମଚନ୍ଦ୍ର ବେହେରା, ମିହିର ବିଶ୍ବାଳ ଓ ସାନନ୍ଦ ସେଠୀ, ଶିକ୍ଷକ କ୍ଷୀରୋଦ ବିଶ୍ବାଳ ପ୍ରମୁଖ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.