ତୁଲାପଡା ଓ ଗୋହୀରାପଦର ଗଜଲକ୍ଷ୍ମୀ ପୂଜା ସମାପନ

ଭବ୍ୟ ପଟୁଆର ସହ ଭସାଣୀ ଉତ୍ସବ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବଣିକ ସଂଘ ସମେତ ତୁଲାପଡା, ଗୋହୀରାପଦର, ରେଖପୁର ପ୍ରଭୃତି ସ୍ଥାନରେ ଅନୁଷ୍ଠିତ ହୋଇଥିବା ଗଜଳଷ୍ମୀ ପୂଜା ଗୁଡିକର ପୂର୍ଣ୍ଣାହୂତି ପଡି ସାରିଛି । ନର୍ଲା ବଣିକ ସଂଘ ଗଜଲକ୍ଷ୍ମୀ ପୂଜାର ମଙ୍ଗଳବାର ସକାଳେ ପୂର୍ଣ୍ଣାହୂତି ପଡିଛି । ବାକି ପୂଜା ଗୁଡିକର ବୁଧବାର ପୂର୍ଣ୍ଣାହୂତି ପଡିଲା । ଲକ୍ଷ୍ମୀପୂଜା ନିମନ୍ତେ ଶନିବାର ଅପରାହ୍ନ ୪ ଘଣ୍ଟା ସମୟରେ କଳସ ଯାତ୍ରା ସବୁ ଅନୁଷ୍ଠିତ ହୋଇ ରବିବାର ପୂଜା ଅନୁଷ୍ଠିତ ହୋଇଥିଲା। । ଏହି କ୍ରମରେ ତୁଳାପଡା ଲଷ୍ମୀପୂଜାର ସଭାପତି ଆଦିକନ୍ଦ ନାଏକ ଓ ସମପାଦକ ମହେଶ୍ବର ନାୟକ ଦାୟିତ୍ୱରେ ରହି ପୂଜା ପରିଚାଳନା କରିଥିଲେ । ସେହିଭଳି ସଞ୍ଜୀବ ନାୟକ ଦମ୍ପତି ପୂଜା କର୍ତ୍ତା ର ଦାଇତ୍ୱ ନିର୍ବାହନ କରିଥିଲେ । ତୁଳାପଡ଼ାର ଲକ୍ଷ୍ମୀପୂଜା ପଣ୍ଡିତ ସାରଂଗଧର ଶଢଙ୍ଗୀ ପୂଜନ କାର୍ଯ୍ୟ ପରିଚାଳନା କରିଥିଲେ । ଯତୀନ ନାୟକ, ଅରବିନ୍ଦ ନାୟକ, ସମୀର ସାହୁ, ରାହାସ ସା, ସରୋଜ ନାୟକ, କୁନା ସେଠୀ ପ୍ରମୁଖ ପୂଜା ପରିଚାଳନା ରେ ସହଯୋଗ କରିଥିଲେ । ବୁଧବାର ସକାଳେ ପୂଜାର ପୂର୍ଣ୍ଣାହୂତି ପଡିସାରିବା ପରେ ଅପରାହ୍ନରେ ବିସର୍ଜନ ପର୍ବ ଅନୁଷ୍ଠିତ ହୋଇଥିଲା । ସେହିଭଳି ଗୋହୀରାପଦର ଲକ୍ଷ୍ମୀ ପୂଜାର ସଭାପତି ଖୁଲୁରାମ(ନିଲୁ) ସାହୁ ଓ ସମ୍ପାଦକ କୁମ ଗୌଡ଼ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଟିକେଧର ସାହୁ, ରାଜା, ଅବନୀ ସାହୁ, ଛବି ସାହୁ ପ୍ରମୁଖ ପୂଜା ପରିଚାଳନାରେ ସହଯୋଗ କରିଥିଲେ । ପୂଜା କର୍ତ୍ତା ଭାବରେ ଠାକୁର ସାହୁ ଓ ତାଙ୍କ ଧର୍ମ ପତ୍ନୀ ପୁନି ସାହୁ ଦାଇତ୍ୱ ନିର୍ବାହନ କରିଥିଲେ । ରବିବାର, ସୋମବାର ଓ ମଙ୍ଗଳବାର ତିନିଦିନ ଧରି ପ୍ରତିଦିନ ରାତିରେ ଧମାକେଦାର ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟହ ସନ୍ଧ୍ୟା ୭ ଘଣ୍ଟା ସମୟରେ ସାନ୍ଧ୍ୟ ଆଳତୀ କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହେଉଥିଲା ।ବୁଧବାର ସକାଳ ୮ ଘଣ୍ଟା ସମୟରେ ପୂଜା ଗୁଡିକର ପୂର୍ଣ୍ଣାହୂତି ପଡିସାରିଥିଲା । ଅପରାହ୍ଣ ୪ ଘଣ୍ଟା ସମୟରେ ମୂର୍ତ୍ତି ସବୁକୁ ଭବ୍ୟ ପଟୁଆରରେ ନଗର ପରିକ୍ରମା ସହ ଭଶାଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଆଇଆଇସି ଗଙ୍ଗାଧର ମେହେର, ରୁପ୍ରାରୋଡର ଯୁବ ଉଦ୍ୟୋକ୍ତା ସୁମିତ କୁମାର ଅଗ୍ରୱାଲ (ସଣ୍ଟୁ), ନର୍ଲା ସାଂସଦ ପ୍ରତିନିଧି ପ୍ରଦୀପ କୁମାର ନାଏକ, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ ପ୍ରମୁଖ ଏବଂ ନର୍ଲା ଅଞ୍ଚଳବାସୀ ବଣିକ ସଂଘର କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କ ଉତ୍ତୋରତର ଉନ୍ନତି କାମନା କରିବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.