ନଭେମ୍ବର ୧୫ ଠାରୁ ରୁପ୍ରାରୋଡରେ ଏକ୍ସପ୍ରେସ ଟ୍ରେନ ମାନଙ୍କର‌ ଅନଲାଇନ ରିଜରଭେସନ ସେବା ବନ୍ଦହେବ

ରେଳଯାତ୍ରୀ ସୁରକ୍ଷା ସଂଘର ଦାବୀପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କରୋନା ସଂକ୍ରମଣ ସମୟରେ କଳାହାଣ୍ଡି ଜିଲ୍ଲା ନର୍ଲାରୋଡ଼ ଓ ରୁପ୍ରାରୋଡ଼ ଦେଇ ଏକ୍ସପ୍ରେସ ଟ୍ରେନ ଚଳାଚଳ ବନ୍ଦ ରହିଥିଲା ଓ କରୋନା କଟକଣା କଡାକଡି ହେବା ପରେ ପାସେଞ୍ଜର ଟ୍ରେନ ବ୍ୟତୀତ ସମସ୍ତ ଏକ୍ସପ୍ରେସ ଓ ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନ ମାନଙ୍କୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା । କରୋନା କଟକଣା କୋହଳ ହେବାପରେ ଏକ୍ସପ୍ରେସ ଟ୍ରେନ ସବୁ କୋଭିଡ ସ୍ପେସିଆଲ ଟ୍ରେନ ଭାବରେ ପୁଣି ଚଳାଚଳ ଆରମ୍ଭ କଲା । ହେଲେ ନର୍ଲାରୋଡ଼ ଓ ରୁପ୍ରାରୋଡ଼ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ଗୁଡିକର ରହଣୀ ଦିଆଗଲା ନାହିଁ । ଏଣୁ ଅଞ୍ଚଳର ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ରୁପ୍ରାରୋଡ ଓ ନର୍ଲାରୋଡ ରେଳ ସୁରକ୍ଷା ସମିତି ର ସଦସ୍ୟ ମାନେ ଅନେକ ଥର ରେଳ ବିଭାଗକୁ ଦାବିପତ୍ର ଦେଇ କେନ୍ଦ୍ର ରେଳ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନଥିଲା । ଏଥିପାଇଁ ଅପ୍ରେଲ ୧୦ରେ ନର୍ଲାରୋଡ଼ ଷ୍ଟେସନରେ ନିର୍ଦ୍ଧାରିତ ହୋଇଥିବା ରେଳରୋକ ଆନ୍ଦୋଳନ ରେଳବାଇ ଅଧିକାରୀଙ୍କ ଅନୁରୋଧ କ୍ରମେ ସ୍ଥଗିତ କରି ଦିଆଗଲା । ହେଲେ ଅପ୍ରେଲ ୧୧ରେ ରୁପ୍ରାରୋଡ ରେଳ ଷ୍ଟେସନରେ ଏକ ବିଶାଳ ରେଳରୋକ୍ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା । ଆନ୍ଦୋଳନ ପରେ ରେଳ ବିଭାଗ ପକ୍ଷରୁ ୧୫ ଦିନ ଭିତରେ କୋରବା ଲିଙ୍କ ଏକ୍ସପ୍ରେସ, ସମଲେଶ୍ଵରୀ ଓ ପୂରୀ ଏକ୍ସପ୍ରେସ କୁ ପୁନର୍ବାର ନିର୍ଦ୍ଧାରିତ ସମୟରେ ଚଳାଚଳ ହେବ ବୋଲି ସୂଚନା ଦେଇଥିଲେ । କିନ୍ତୁ ନଭେମ୍ବର ୧୫ ତାରିଖ ପରେ ଲିଙ୍କ ଏକ୍ସପ୍ରେସ ଓ ସମଲେଶ୍ଵରୀ ଏକ୍ସପ୍ରେସ ର ଅନଲାଇନ ରିଜରଭେସନ୍ ବର୍ତ୍ତମାନ ଆଉ ଲୋକେ କରି ପାରୁନାହାନ୍ତି । କୋରବା ଲିଙ୍କ ଏକ୍ସପ୍ରେସ ଓ ସମଲେଶ୍ଵରୀ ଏକ୍ସପ୍ରେସର ଅନଲାଇନ ରିଜରଭେସନ୍ କ’ଣ ପାଇଁ ନଭେମ୍ବର ୧୫ରୁ ବନ୍ଦ୍ କରି ଦିଆଯାଇଛି ଏ ନେଇ ଚିନ୍ତା ପ୍ରକଟ କରୁଛନ୍ତି ସ୍ଥାନୀୟ ଲୋକେ । ଉଭୟ ଟ୍ରେନ ର ଅନଲାଇନ ସୁବିଧା ବୁକିଂ ସାଇଟ୍ ରୁ ହଟେଇ ଦିଆ ଯାଇଥିବା ନେଇ ଘୋର ଅସନ୍ତୋଷ ପ୍ରକାଶ କରୁଛନ୍ତି ଯାତ୍ରୀ l ଲିଙ୍କ ଏକ୍ସପ୍ରେସ ଓ ସମଲେଶ୍ଵରୀ ଏକ୍ସପ୍ରେସକୁ ପୁନର୍ବାର ବନ୍ଦ୍ କରିବା ପାଇଁ ରେଳ ବିଭାଗର ନୂଆ ଚକ୍ରାନ୍ତ ହେଇ ଥାଇ ପାରେ ବୋଲି ଏଠି ବୁଦ୍ଧିଜୀବୀ ମାନେ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି । କ’ଣ ପାଇଁ ନଭେମ୍ବର ୧୫ ତାରିଖରୁ ଲିଙ୍କ ଏକ୍ସପ୍ରେସ ଓ ସମଲେଶ୍ଵରୀ ଏକ୍ସପ୍ରେସ ରିଜରଭେସନ୍ ସୁବିଧା ବନ୍ଦ କରାଯାଇଛି । ଏ ନେଇ ରେଳ ସୁରକ୍ଷା ସମିତି ର ସଦସ୍ୟ ମାନେ ରେଳ ବିଭାଗକୁ ପ୍ରଶ୍ନ କରିଥିଲେ ଏବଂ ଲିଖିତ ଭାବରେ ଏହାର ଉତ୍ତର ରେଳ ବିଭାଗକୁ ମାଗିଥିଲେ ତତ୍ ସଙ୍ଗେ ସଙ୍ଗେ ଯାତାୟାତ ପାଇଁ ରୁପ୍ରାରୋଡ ରେଳ ଷ୍ଟେସନ ଉପରେ ନିର୍ଭର କରୁଥିବା ଆଖପାଖ ୍ର ୧୨ଗୋଟି ଗାଁ ଲୋକଙ୍କ ପାଇଁ ପୁନର୍ବାର ଲିଙ୍କ ଏକ୍ସପ୍ରେସ ଓ ସମଲେଶ୍ଵରୀ ଏକ୍ସପ୍ରେସର ଅନଲାଇନ ରିଜରଭେସନ୍ ସୁବିଧା ଆରମ୍ଭ କରାଯିବା ସହ ଧାନବାଦ ଅଲ୍ଲେପି ଓ ତିରୁପତି ବିଲାସପୁର ଏକ୍ସପ୍ରେସକୁ ପୁର୍ନବାର ରୁପ୍ରାରୋଡ ଓ ନର୍ଲାରୋଡ଼ରେ ପୂର୍ବ ପରି ରହଣି ଦାବି ନେଇ ରେଳ ସୁରକ୍ଷା ସମିତିର ସଭାପତି ଦୁର୍ଗାପ୍ରସାଦ ମହାନ୍ତିଙ୍କ ସହ ଆଇନଯିବି ସୁବାସ ଅଗ୍ରୱାଲ, ରତନ ଅଗ୍ରୱାଲ, ମନୋଜ ମହାନ୍ତି,ଧୀରେନ୍ଦ୍ର ଖେତନ୍, ଦୀପକ ମହାନ୍ତି, ଅନିଲ ଅଗ୍ରୱାଲ, ଦିନେଶ ଅଗ୍ରୱାଲ, ଗଣେଶ ଖେତନଙ୍କ ସହ ଅନ୍ୟ ସଦସ୍ୟ ମାନେ ରୁପ୍ରାରୋଡ ଷ୍ଟେସନ ମାଷ୍ଟରଙ୍କ ଜରିଆରେ ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର ଭୁବନେଶ୍ଵରଙ୍କୁ ଏକ ଦାବି ପତ୍ର ପ୍ରଦାନ କରି ଅଞ୍ଚଳବାସୀଙ୍କ ଦାବି ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.