ଭିନ୍ନକ୍ଷମଙ୍କ ପାଇଁ ନିଯୁକ୍ତି ପ୍ରଚାର କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ଭବାନୀପାଟଣା ସ୍ଥିତ କଳାହାଣ୍ଡି ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଠାରେ ସାଇଟସେଭରସ ଅନୁଷ୍ଠାନ ପକ୍ଷରୁ ଭିନ୍ନକ୍ଷମ ମାନଙ୍କ ପାଇଁ ନିଯୁକ୍ତି ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଡିଇଓ ଅଜିତ କୁମାର ଉତ୍ତରାଇ, ସିଡିସି ଓରମାସ ଜୋରଜେ କେରକେଟା, ଡିପିଏମ ଓଏଲମର ପ୍ରଶାନ୍ତ ମିଶ୍ର, ବିଏସଏସ ଓ ସସ୍ମିତା ହୋତା, ଲିଡ ବ୍ୟାଙ୍କ ଶାଖା ପରିଚାଳକ ଧୃବ ପ୍ରସାଦ ସଙ୍ଗ, ଜିଏମ ଡିଆଇସି ମୋହନ ଶବର, ମାରଚେଣ୍ଟ ଆସୋସିସନର ଅଭିନାଶ ମହାନ୍ତି, ଓପିଡି ସଭାପତି ସୁରେଷ ଚୌଧୁରୀ, ଓପିଡି ସଦସ୍ୟ ହେମନ୍ତ ତାଣ୍ଡି, ଷ୍ଟେଟ ପ୍ରୋଜେକ୍ଟ ଅଫିସର ସୁମିତ କର କାର୍ଯ୍ୟକ୍ରମରେ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କ ପାଇଁ ନିଯୁକ୍ତି ପ୍ରଚାର କାର୍ଯ୍ୟକ୍ରମ ମୂଳ ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ ।ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଭିନ୍ନ ଅନୁଷ୍ଠାନ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ରହିଥିବା ସରକାରୀ ସୁବିଧା, ସ୍ବୟଂ ସହାୟକ ଗୋଷ୍ଠୀ, ବିଭିନ୍ନ ବ୍ୟବସାୟ ଓ ସରକାରୀ ଅନୁଷ୍ଠାନ ତରଫରୁ ଅନୁଷ୍ଠିତ ହେଉଥିବା ଦକ୍ଷତା ବିକାଶ ତାଲିମ ଶିବିର ବିଷୟରେ ସୂଚନା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ପ୍ରକଳ୍ପ ଅଧିକାରୀ ସାଇଟସେଭର ଓଡିଶାର ସୁମିତ କର ପରିଚାଳନା କରିଥିବା ବେଳେ ସାଇଟସେଭର କର୍ମକର୍ତ୍ତା ଅଶୋକ ଶବର,ପ୍ରିୟବ୍ରତ ପାଢୀ, ଇରଫାନ ଅଲ୍ଲିଖାନ, କରିସ୍ମା ଦେବୀ, ଯୋଗେଶ୍ବର ବୁଦ୍ଧିଆ, ଲିପନ, କୁଲବନ୍ତ ପ୍ରମୁଖ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.