ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ତିନି ନମ୍ବର ଜୋନରୁ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଶୁଭାରମ୍ଭ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ଜନ ସମ୍ପର୍କ ପଦଯାତ୍ରା ବଡ଼ଚେରଗାଁ ଗ୍ରାମପଞ୍ଚାୟତ ଗୁଣ୍ଡୁରୀ ଗ୍ରାମରୁ ଶୁଭାରମ୍ଭ ହୋଇ ଫଟାମୁଣ୍ଡା, ମେରମହୁଲ, କର୍ଲା, ବଡ଼ଚେରଗାଁ, ଉଛୁଲା ଗ୍ରାମପଞ୍ଚାୟତର ଉଛୁଲା, ଯୋରୋପଡା, ମଖଲା, ଚହକା ଗ୍ରାମପଞ୍ଚାୟତର ଧଅଁରାମାଲ, ଚହକା, ସୀତାପୁର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ସମସ୍ତ ଗ୍ରାମର ଲୋକେ ଜନ ସମ୍ପର୍କ ପଦଯାତ୍ରାକୁ ଭବ୍ୟ ସ୍ୱାଗତ କରୁଥିବା ଦେଖିବାକୁ ମିଳିଥିଲା । ଏହି ପଦଯାତ୍ରାରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧିରା ମେହେର, ଜୁନାଗଡ ବ୍ଲକ ଅଧ୍ୟକ୍ଷା ସବିତା ମେହେର, ତିନି ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଜୟସେନ ସାହୁ, ବଡ଼ଚେରଗାଁ ସରପଞ୍ଚ ମଞ୍ଜରୀ ସା , ବିଧାୟକ ପ୍ରତିନିଧି ଦିନେଶ ବଗର୍ତ୍ତି, ଲଛମନ ନିଆଲ, କୁସ ସା, କୈବର୍ତ୍ତ ଯୁଆଡ଼, ଭିକରାମ ବାଗ, ଜଗର ବାଗ, ଅଜିତ ପଧାନ, ମହେନ୍ଦ୍ର ବାଗ, ରୁଦ୍ର ରଣା, ଶ୍ୟାମ ସୁନ୍ଦର ଛତ୍ରିଆ, ଦିଗାମ୍ବର ରଣା, ହିସାରାମ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।