ବିଧାୟକ ଭୁପିନ୍ଦର ସିଂଙ୍କ ଜନସମ୍ପର୍କ ପଦଯାତ୍ରା

ଘରେ ଘରେ ପହଞ୍ଚିବ ନବୀନ ସରକାରଙ୍କ ବିକାଶର ଗାଥା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବିଧାୟକ ଭୁପିନ୍ଦର ସିଂ ଆଜି ଗୁରୁବାର ତୁଳାପଡା ଜଗନ୍ନାଥ ମନ୍ଦିରରୁ ଆରମ୍ଭ କରିଥିଲେ ଜନସମ୍ପର୍କ ପଦଯାତ୍ରା । ଏହି ଜନସମ୍ପର୍କ ପଦଯାତ୍ରାର ମହତ ଉଦ୍ଦେଶ୍ୟ ହେଉଛି ରାଜ୍ୟ ସରକାରଙ୍କର ବିକାଶର ଗାଥା ନର୍ଲା ବିର୍ବାଚନ ମଣ୍ଡଳୀର ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ । କେବଳ ନର୍ଲାରେ ବୋଲି ନୁହଁ ସାରା ରାଜ୍ୟରେ ବିଜେଡି ସରକାରଙ୍କ ବିଧାୟକ ଓ ମନ୍ତ୍ରୀମାନେ ଜନସମ୍ପର୍କ ପଦଯାତ୍ରାରେ ନିଜ ନିଜ ନିର୍ବାଚନ ମଣ୍ଡଳୀ ସାରା ବୁଲି ପ୍ରତି ଘରେ ପହଞ୍ଚାଉଛନ୍ତି ରାଜ୍ୟ ସରକାରଙ୍କ ବିକାଶର କଥା । ଆଗକୁ ଆସୁଛି ନିର୍ବାଚନ । ଏଣୁ ରାଜ୍ୟ ସରକାର ଏବେଠୁ ସଜାଗ ହୋଇ ଆରମ୍ଭ କରିଦେଇଛନ୍ତି ଜନସମ୍ପର୍କ ପଦଯାତ୍ରା । ଏହି କ୍ରମରେ ନର୍ଲା ବିଧାୟକ ଅନୁଭବୀ ଭୁପିନ୍ଦର ସିଂ ରାଜ୍ୟ ସରକାରଙ୍କ ବିକାଶର ସଂଦେଶ ନେଇ ନିର୍ବାଚନ ମଣ୍ଡଳୀର ପ୍ରତି ଘରେ ପହଞ୍ଚାଉଛନ୍ତି ରାଜ୍ୟ ସରକାରଙ୍କ ବିକାଶର କଥା । ରାଜ୍ୟ ବିଜେଡି ସରକାର କିଭଳି ୨୨ ବର୍ଷ ଧରି ଓଡିଶାବାସୀଙ୍କ ପାଇଁ କାର୍ଯ୍ୟ କରି ଆସୁଛନ୍ତି ସେ ବିଷୟରେ ଦଳୀୟ କର୍ମୀଙ୍କୁ ନେଇ ବିଧାୟକ ଭୁପିନ୍ଦର ସିଂଙ୍କ ଏହି ଜନସମ୍ପର୍କ ପଦଯାତ୍ରା । ଗୁରୁବାର ଦଳୀୟ କର୍ମୀ ତଥା ତୁଳାପଡା ଜନସାଧାରଣଙ୍କ ଉପସ୍ଥିତିରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ଭବ୍ୟ ସଭାର ଆୟୋଜନ କରାଯାଇଥିଲା । ଏଥିରେ ବିଧାୟକ ଶ୍ରୀ ସିଂ, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଜିଲ୍ଲା ପରିଷଦ ସଦସ୍ୟା ଲିଲି ଦୀପ ଓ ନମ୍ରତା ସାହୁ, ନର୍ଲା ବ୍ଲକ ବିଜେଡି ସଭାପତି ପରେଶ ପଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ଏହାପରେ ତୁଳାପଡାରୁ ସେରଗଡ ଅଭିମୁଖେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବ୍ଲକ ସାଧାରଣ ସମ୍ପାଦକ ଭ୍ରମର ନାଗ, ଭୀମକେଲା ସରପଞ୍ଚଙ୍କ ପ୍ରତିନିଧି ଜୟନ୍ତ ଗଉଡ, ସର୍ଗିଗୁଡାର ପୂର୍ବତନ ସରପଞ୍ଚ ହମେଶ କୁମାର ଜୈନ, ତୁଳାପଡାର ପୂର୍ବତନ ସରପଞ୍ଚ ମନମୋହନ ନାଏକ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରୀଆ, ରାକ୍ସି ସରପଞ୍ଚ ଜେମନ୍ତ ପୋଢ, ସେରଗଡ ସମିତି ସଦସ୍ୟ ଶ୍ରୀ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କୌତୁକ ଖମାରୀ, ବରିଷ୍ଠ ବିଜେଡି କର୍ମୀ ଅର୍ଜୁନ ପଧାନ, କିଶୋର ମାଝୀ, ବଡ ହଂସ, ପୂର୍ଣ୍ଣ ପୁଝାରୀ, ଦୁଲ୍ଲଭ ମାହାର, କର୍ମେ ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଜେଡି ପଛୁଆ ବର୍ଗ ମହିଳା ସଭାନେତ୍ରୀ ପ୍ରମିଳା ପଧାନ, ନର୍ଲା ମିଶନ ଶକ୍ତିର ସଂଯୋଜିକା ସଙ୍ଗୀତା ଭୋଇଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ କର୍ମୀ ଏହି ପଦଯାତ୍ରାରେ ସାମିଲ ହୋଇ ନବୀନ ସରକାରଙ୍କ ବିକାଶର ଗାଥା ଗାଇ ଜନତାଙ୍କ ପାଖରେ ପହଞ୍ଚିଥିଲେ । ପଦଯାତ୍ରୀ ଦଳ ଡେଙ୍ଗସର୍ଗି, ଭାଟେଲ, ପ୍ରଭୃତି ଗ୍ରାମ ଯାତ୍ରା କରି ସାରିବା ପରେ ସେଠାରୁ ଫେରି, ଜାମପଦର, କନକପୁର, ବାଲସିଙ୍ଗା ପ୍ରଭୃତି ଅଞ୍ଚଳ ପଦଯାତ୍ରା କରି ସାରିବା ପରେ ବାଲିପଡାରେ ଏକ ସାଧାରଣ ସଭା କରି ବିଧାୟକ ଶ୍ରୀ ସିଂ ଅଞ୍ଚଳରେ ହୋଇଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.