ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଉପାନ୍ତ ପାହାଡପଦର ପଞ୍ଚାୟତ ସାକଡିଂ ଗୁମ୍ଫାରେ ବିଷମୁଣ୍ଡ ବୁଢାରଜାଙ୍କ ବାର୍ଷିକ ପର୍ବ ଆରମ୍ଭ ହୋଇଯାଇଛି । ଆଜି (ଗୁରୁବାର) ଠାରୁ ଶନିବାର ପର୍ଯ୍ୟନ୍ତ ତିନି ଦିନଧରି ସାକଡିଂ ଗୁମ୍ଫାରେ ବୁଢାରଜାଙ୍କ ପର୍ବ ଚାଲିବ । ଆଜି ପ୍ରଥମ ଦିନରେ ୫ ଟି ପଞ୍ଚାୟତର ବିଭିନ୍ନ ଗ୍ରାମର ହଜାର ହଜାର ଅବାଲ ବୃଦ୍ଧବନିତା କଳସ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହେଉଥିବା ବେଳେ ଏଥର କୋଭିଡ କଟକଣା ନଥିବାରୁ ମହାଆଡମ୍ବରରେ ପୂଜାର୍ଚ୍ଚନା ହେଉଛି । ପାହାଡ଼ପଦର ବୁଢାରଜା ପୂଜାକମିଟି ଆନୁକୂଲ୍ୟରେ ହେଉଥିବା ଚଳିତ ବର୍ଷ ପୂଜା ଆଜି ପ୍ରାରମ୍ଭ ହୋଇ ଷଷ୍ଠି ଦିନରେ ପୂର୍ଣ୍ଣାହୁତି ହେବ । ପୂଜା ପାଇଁ ଗାଁରେ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳୁଛି । ପ୍ରତ୍ୟେକ ଦିନ ରାତିରେ ଜନତାଙ୍କ ମନରଞ୍ଜନ ପାଇଁ ରେକର୍ଡ ଡ୍ୟାନ୍ସ, ଗୀତିନାଟ୍ୟ, ଭଲି ସଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ପୂଜା କମିଟି ମତପ୍ରକାଶ କରିଛିନ୍ତି ।
ପୂଜକ ବୁଡୁ ନାଏକ, ଜଗଦୀଶ ପୁଟା ଓ ଲୋକନାଥ ମାଝୀ ପୂଜାର୍ଚ୍ଚନା କରୁଥିବା ବେଳେ ଆଜି ଆରମ୍ଭ ଦିବସରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ କମଳା ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ଶିବାଜୀ ମାଝୀ, ବିଧାୟକ ପ୍ରତିନିଧି ପ୍ରଦୀପ ଘଡ଼େଇ, ବିଜେଡ଼ି ବ୍ଲକ ସଭାପତି ଗୋବିନ୍ଦ ପ୍ରଧାନୀ, ବରିଷ୍ଠ ସମାଜସେବୀ ହରିଶଙ୍କର ପାତ୍ର, ସୁବାଷ ଅଗ୍ରୱାଲ, ଲାଞ୍ଜିଗଡ଼ ବିଜେଡ଼ି ମିଡ଼ିଆ ସେଲ ସଭାପତି ସନ୍ତୋଷ କୁମାର ତୁଳ ଯୋଗ ଦେଇଥିଲେ । ଚଳିତବର୍ଷ କୋଭିଡ କଟକଣା ନଥିବା ଯୋଗୁଁ ଅନ୍ୟାନ୍ୟ ଜିଲ୍ଲାରୁ ଆସୁଥିବା ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଛି । ବିଷମୁଣ୍ଡ ବୁଢାରଜା ପୂଜା କମିଟି ସଭାପତି ଜଗଦୀଶ ବେନିଆଁଙ୍କ ତତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପାହାଡ଼ପଦର ସରପଞ୍ଚ ଲକ୍ଷ୍ମଣ ମାଝୀ, ଉପସଭାପତି କୁମର ନାଏକ, କୋଷାଧକ୍ଷ ବଳଭଦ୍ର ସାହୁ, ଉପଦେଷ୍ଟା ବୈଦ୍ୟନାଥ ନାଏକ, ଜଗଦୀଶ ପୁଟା, ମଧୁସୂଦନ ନାଏକ, ମାଧବ ନାଏକ, ଉଗ୍ରେସନ ବାଗ, ଲିଙ୍ଗରାଜ ଦୁର୍ଗା, ପରମେଶ୍ୱର ନାଏକ, ବନମାଳୀ ମାଝୀଙ୍କ ସମେତ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରୁଛନ୍ତି ।