ରାୟଗଡା ବିଜେଡିର ନୂତନ କର୍ମୀ କାର୍ଯ୍ୟାଳୟ ଉଦଘାଟିତ

ଅନୁପସ୍ଥିତ ରହିଲେ ପୂର୍ବତନ ରାଜ୍ୟସଭା ସାଂସଦ ଓ ଜିଲ୍ଲା ସଭାପତି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହର ରିଙ୍ଗରୋଡ ସ୍ଥିତ ଗାୟତ୍ରୀ ନଗରରେ ଆଜି ରାୟଗଡା ବିଜୁ ଜନତା ଦଳର ଏକ ନୂତନ କର୍ମୀ କାର୍ଯ୍ୟାଳୟ ଗୃହର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାୟଗଡା ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେଡିର ଜଣେ ଆଗଧାଡିର ନେତା ପଦେଣ୍ଟି ରାମୁଲୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାୟଗଡା ବିଜେଡିର ସ୍ଥାନୀୟ ବରିଷ୍ଠ କର୍ମୀ ୟାଲ୍ଲା ଭେଙ୍କେଟେଶ୍ୱର ରାଓ ଓରଫ କଣ୍ଡା ବାବୁଙ୍କ ନେତୃତ୍ୱରେ ରାୟଗଡା ବସଷ୍ଟାଣ୍ଡ ଠାରୁ ଗାୟତ୍ରୀ ନଗର ସ୍ଥିତ ନୂତନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶତାଧିକ ବିଜେଡି କର୍ମୀମାନେ ନାଚଗୀତ, ବାଜା ରୋଷଣୀରେ ବାଣ ଫୁଟାଇ ରାଲିରେ ସାମିଲ ହୋଇଥିଲେ । ରାଲି ସମୟରେ ସହରରେ ଅବସ୍ଥାପିତ ବିଜୁ ବାବୁ, ବାବସାହେବ ଅମ୍ବେଦକର ଓ ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

Udyog Nursery
Udyogi Nursery

ରାୟଗଡା ଜିଲ୍ଲା ସଦର ମହକୁମାରେ ବିଜେଡିର କୈାଣସି ଦଳୀୟ କାର୍ଯ୍ୟାଳୟ ନ ଥିବାରୁ କର୍ମୀମାନେ ସାଂଗଠନିକ ସମସ୍ୟା ଓ ସଂଗଠନ ବିଷୟରେ ଆଲୋଚନା ପାଇଁ ଦଳୀୟ ନେତାଙ୍କ ସହ କୈାଣସି ବୈଠକ କରିପାରୁ ନ ଥିଲେ । କର୍ମୀମାନେ ଦଳୀୟ କାର୍ଯ୍ୟାଳୟ ଗୃହ ପାଇଁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାୟଗଡାରେ ଏକ ଦଳୀୟ କାର୍ଯ୍ୟାଳୟ ନ ଥିବାରୁ ବରିଷ୍ଠ କର୍ମୀ କାେଣ୍ଡା ବାବୁ କର୍ମୀ କାର୍ଯ୍ୟାଳୟ ଖୋଲିବା ପାଇଁ ଚିନ୍ତା କରି ସମସ୍ତଙ୍କ ସମର୍ଥନରେ ଆଜି ନୂତନ କର୍ମୀ କାର୍ଯ୍ୟାଳୟ ଦଳୀୟ କର୍ମୀ ପାଇଁ ଉଦଘାଟନ କରିଛନ୍ତି ।

ତେବେ ଏହି ଦଳୀୟ କାର୍ଯ୍ୟାଳୟର ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ସୁଧୀର ଦାଶ କିମ୍ବା ଅନ୍ୟ କୈାଣସି ପଦାଧିକାରୀମାନେ ଉପସ୍ଥିତ ନ ଥିବା ବେଳେ ରାୟଗଡା ଜିଲ୍ଲାର ବରିଷ୍ଠ ତୁଙ୍ଗ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓଙ୍କ ମଧ୍ଯ ଅନୁପସ୍ଥିତିକୁ ନେଇ ବିଜେଡି ଶିବିରରେ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ସହରରେ ବିଜେଡିର ଏହା ଏକ ଅସନ୍ତୁଷ୍ଠ ବିଜେଡି ଗୋଷ୍ଠିଙ୍କ କାର୍ଯ୍ୟକ୍ରମ ବୋଲି ଚର୍ଚ୍ଚା ଜୋର ଧରଛି ।

ଅପରପକ୍ଷେ ଜିଲ୍ଲା ସଦର ମହକୁମାରେ ନୁତନ କର୍ମୀ କାର୍ଯ୍ୟାଳୟ ଉଦଘାଟନ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିବା ଏବଂ କାର୍ଯ୍ୟାଳୟ ଖୋଲିବାରେ ସଭାପତିଙ୍କ ସମର୍ଥନ କେତେ ରହିଛି ସେ ନେଇ ଜିଲ୍ଲା ସଭାପତି ଶ୍ରୀ ଦାଶଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।

ତେବେ ଭାସ୍କର ରାଓଙ୍କ ସମେତ ସମସ୍ତ ବିଜେଡି କର୍ମୀ, ନେତା ଓ ପଦାଧିକାରୀମାନଙ୍କ ସମର୍ଥନରେ ଏହି କାର୍ଯ୍ୟାଳୟ ଉଦଘାଟନ ହୋଇଛି ବୋଲି କାେଣ୍ଡା ବାବୁ ପ୍ରକାଶ କରିଛନ୍ତି ଏବଂ କାହା ସହିତ କିଛି ଅସନ୍ତୋଷ ନାହିଁ ବୋଲି କହିଛନ୍ତି । ଶ୍ରୀ କାେଣ୍ଡା ବାବୁ ନୂତନ କର୍ମୀ କାର୍ଯ୍ୟାଳୟରେ ଦଳୀୟ ପତକାକୁ ଉତ୍ତୋଳନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.