କାହିଁକି ଏକାଠି ହେଲାନି ହିମାଚଳ ପ୍ରଦେଶ ସହିତ ଗୁଜରାଟ ବିଧାନସଭା ନିର୍ବାଚନ?

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ନିର୍ବାଚନ ଅନୁଷ୍ଠିତ ହେବ। ଶୁକ୍ରବାର ନିର୍ବାଚନ କମିଶନ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ନଭେମ୍ବର ୧୨ ରେ ହିମାଚଳ ପ୍ରଦେଶରେ ମତଦାନ ଅନୁଷ୍ଠିତ ହେବ ଏବଂ ଡିସେମ୍ବର ୮ ରେ ଫଳାଫଳ ଘୋଷଣା କରାଯିବ। ଆଶା କରାଯାଉଥିଲା ଯେ ନିର୍ବାଚନ କମିଶନ ଶୁକ୍ରବାର ଗୁଜୁରାଟ, ହିମାଚଳ ପ୍ରଦେଶର ତାରିଖ ଘୋଷଣା କରିବ। ତେବେ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିନାହାଁନ୍ତି। ସାଧାରଣତଃ ପାଖାପାଖି ବିଧାନସଭା କାର୍ଯ୍ୟକାଳ ଯଦି ଶେଷ ହେବାକୁ ଯାଉଥିବ ତାହେଲେ ଏକା ସାଙ୍ଗରେ ଉଭୟ ରାଜ୍ୟରେ ନିର୍ବାଚନ ସବୁବେଳେ ହୁଏ। ଯେପରି ୟୁପି ସହିତ ୫ ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏବେ ଏହାକୁ ନେଇ ନିର୍ବାଚନ କମିଶନରଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ। ଜବାବରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ହିମାଚଳ ପ୍ରଦେଶ ସହିତ ଗୁଜୁରାଟ ବିଧାନସଭା ନିର୍ବାଚନ ଘୋଷଣା ନହେବା ଉପରେ କୌଣସି ନିୟମ ଉଲ୍ଲଂଘନ ହୋଇନାହିଁ। ମତଦାନ ତାରିଖ ଏବଂ ବିଭିନ୍ନ ଦିଗରୁ ବିଚାର କରି ନିର୍ବାଚନ ତାରିଖ ଘୋଷଣା ହୋଇଛି। ସେ କହିଛନ୍ତି ଯେ ଉଭୟ ରାଜ୍ୟର ବିଧାନସଭା ଶେଷ ହେବା ମଧ୍ୟରେ ୪୦ ଦିନର ବ୍ୟବଧାନ ରହିଛି। ନିୟମ ଅନୁଯାୟୀ, ଏହା ଅତି କମରେ ୩୦ ଦିନ ହେବା ଉଚିତ। ଯାହା ଦ୍ବାରା ଗୋଟିଏ ରାଜ୍ୟର ଫଳାଫଳ ଅନ୍ୟ ରାଜ୍ୟ ଉପରେ ପ୍ରଭାବ ପକାଇବ ନାହିଁ।ପାଣିପାଗ ଭଳି ଅନେକ କାରଣ ଏକା ସାଙ୍ଗରେ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ନହେବାର କାରଣ ବୋଲି ସେ କହିଛନ୍ତି। ତୁଷାରପାତ ଆରମ୍ଭ ହେବା ପୂର୍ବରୁ ଆମେ ହିମାଚଳ ପ୍ରଦେଶ ନିର୍ବାଚନ କରିବାକୁ ଚାହୁଁଛୁ। ସେହିପରି ନିର୍ବାଚନ ଆଚରଣ ସଂହିତା ଅବଧି ୭୦ ଦିନରୁ ୫୭ ଦିନକୁ ହ୍ରାସ କରାଯାଇଛି ବୋଲି ସେ କହିଛନ୍ତି। ତେବେ ନିର୍ବାଚନ କମିଶନ ଏପରି ନକରିବା ପଛର କାରଣ ପ୍ରଧାନମନ୍ତ୍ରୀ ଗୁଜରାଟରେ ଆଉ କିଛି ବଡ ପ୍ରତିଶ୍ରୁତି ଏବଂ ଫଳକ ସ୍ଥାପନ କରିପାରିବେ। ଶୁକ୍ରବାର ଦିନ କଂଗ୍ରେସ ଏପରି ଅଭିଯୋଗ କରିଛି । ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ଟ୍ୱିଟ କରି ଏହା କହିଛନ୍ତି।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.