ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସ୍ଥାନୀୟ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ ଠାରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିନର ଖେଳ ଅନୁଷ୍ଠିତ ହୋଇଯାଇଛି। ସତରବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲକୁ ଲୋକପ୍ରିୟ କରିବା ପାଇଁ ବିଦ୍ୟାଳୟ ସ୍ତରର ଛାତଛାତ୍ରୀଙ୍କ ମଧ୍ୟରେ ଏହା ଆୟୋଜିତ କରାଯାଉଛି। ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ ପଟେଲ, ସମ୍ମାନିତ ଅତିଥି ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ନଳିନୀରଞ୍ଜନ ମୁଣ୍ଡ, ପୂର୍ବ ଆଇପିଇ ଶମ୍ଭୁପ୍ରସାଦ ରାଉତ, ବିଶିଷ୍ଟ କ୍ରୀଡ଼ାବିତ ଭୀମସେନ ସାହୁ, ଥୁଆମୂଳ ରାମପୁର ବିଇଓ ଲୋକନାଥ ବେହେରା, କୋକସରା ବିଇଓ ନେପାଳ ବାଗ ପ୍ରମୁଖ ଯୋଗ ଦେଇ ଶିଶୁ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଆଇପିଇ ମହେନ୍ଦ୍ର ପଣ୍ଡା। ଏହି ଅବସରରେ ଜିଲ୍ଲାର ଭବାନୀପାଟଣା ବ୍ଲକର ୫ଟି ହାଇସ୍କୁଲ ମାନଙ୍କୁ ଫୁଟବଲ ବଣ୍ଟନ କରାଯାଇଥିଲା।
ପଞ୍ଚମ ଦିବସରେ ଆଜି ୩ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ବାଳିକା ବିଭାଗର ପ୍ରଥମ ମ୍ୟାଚ କେସିଙ୍ଗା-ନର୍ଲାରୁ ନର୍ଲା, ଦ୍ଵିତୀୟରେ ବାଳକ ବିଭାଗ ଭବାନୀପାଟଣା-ଥୁଆମୂଳ ରାମପୁର ମ୍ୟାଚରେ ଭବାନୀପାଟଣା, ତୃତୀୟ ବାଳକ ବିଭାଗ ଜୟପାଟଣା-ଗୋଲାମୁଣ୍ଡାରୁ ଜୟପାଟଣା ବିଜୟୀ ହୋଇଥିଲେ। ଖେଳ ପରିଚାଳନା କରିଥିଲେ ରେଫରି ନବୀନ ନାଏକ, ଜିତେନ୍ଦ୍ର ରଥ, ନାରାୟଣ ପ୍ରଧାନ, ଜୁବିନ ଲହଜଲ, ସନ୍ତୋଷ ପାଣିଗ୍ରାହୀ, ସନ୍ତୋଷାନନ୍ଦ ନାଏକ, ରଘୁନାଥ ହେମ୍ବ୍ରମ, ସତ୍ୟାନନ୍ଦ ମାଝୀ, ସୌମ୍ୟ ଛତ୍ରିଆ, ପ୍ରିୟଙ୍କା ବିଶି। ଏଥିରେ ଡିଇଓ ଅଫିସରୁ ଟଂକଧର ସାହୁ, ଜିତେନ୍ଦ୍ର ମୁଣ୍ଡ, ସରିଆଁ ସିଆରସିସି ସୁଧୀର ଧଙ୍ଗଡାମାଝୀ, ଜନଜାତି ସାଧନ କେନ୍ଦ୍ର ସଂଯୋଜକ ଡିଲେଶ୍ୱର ରଣା, ଯୁଗେଶ୍ୱର ମାଝୀ, ପିଇଟି ସୁବାଷଚନ୍ଦ୍ର ନାଗ, ବୃଷଧ୍ୱଜ ବୁଦ୍ଧିଆ, ସୁଶାନ୍ତ ପଣ୍ଡା, ରାମ ପ୍ରଧାନ, ନିର୍ମଳ ପ୍ରଧାନ, ରୂପସିଙ୍ଗ ରାଉତ, ମନୋଜ ଦାଶ, ମୁରଲୀ ଦୀପ, ମିଲନ କୁମାର, ନମିତା ରଣା, ତୁନେଶ୍ୱର ସା, ଅନୁପ ଦାସ, ସୁନୀଲ ନାଏକ, ଚିତ୍ତରଞ୍ଜନ ବାରିକ, ଆଲୋକ ବେହେରା, ସୁନିତା ଦାଶ, ଶ୍ରବଣ ଜାଲ, ଅଭିଷେକ ଛତ୍ରିଆ, ଅମିତ ମହାନ୍ତି, ବିଭୂତି ପ୍ରଧାନ, ଯୋଗେନ୍ଦ୍ର ଛତ୍ରିଆ, ଟଙ୍କ ମହାଳିକ ଓ ଷ୍ଟାଡିୟମ କର୍ମକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ