ପୁଣି ଟାର୍ଗେଟ୍ କିଲିଂ: କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି କରି ମାରିଦେଲେ ଆତଙ୍କବାଦୀ

ଓଡ଼ିଆ ବାର୍ତ୍ତା/ ଶ୍ରୀନଗର: ପୁଣି ଟାର୍ଗେଟ୍ କିଲିଂ । ରାସ୍ତାରେ କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି ମାରି ହତ୍ୟା କଲେ ଆତଙ୍କବାଦୀ । ଜମ୍ମୁ-କାଶ୍ମୀର ସୋପିଆନରେ ଆତଙ୍କବାଦୀ ପୁଣି ଥରେ ଟାର୍ଗେଟ୍ କିଲିଂ କରିଛନ୍ତି । ଶୋପିଆନର ଚୌଧୁରୀ ଗୁଣ୍ଡରେ କାଶ୍ମୀରୀ ପଣ୍ଡିତ ପୁରଣ କ୍ରିଷ୍ଣା ଭଟ୍ଟଙ୍କୁ ଗୁଳି କରି ମାରି ଦେଇଛନ୍ତି । ରକ୍ତାକ୍ତ ଅବସ୍ଥାରେ କାଶ୍ମୀରୀ ପଣ୍ଡିତଙ୍କୁ ମେଡିକାଲ୍ ନିଆଯାଇଥିବା ବେଳେ ମୃତ୍ୟୁ ହୋଇଛି ।

ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି ସେନା । ଗତବର୍ଷ ଅକ୍ଟୋବରରୁ ଆତଙ୍କବାଦୀ କାଶ୍ମୀରରେ ଟାର୍ଗେଟ୍ କିଲିଂ ଆରମ୍ଭ କରିଛନ୍ତି । କେବେ ରାଜ୍ୟ ବାହାର ଶ୍ରମିକ ତ ଆଉ କେବେ ଆତଙ୍କବାଦୀଙ୍କ ଟାର୍ଗେଟ୍ କିଲିଂର ଶିକାର ହେଉଛନ୍ତି କାଶ୍ମୀରୀ ପଣ୍ଡିତ । ଏବେ କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଏହା ପୂର୍ବରୁ ଅଗଷ୍ଟ ୧୬ରେ ଆତଙ୍କବାଦୀ ଶୋପିଆନରେ ଅନ୍ୟ ଜଣେ କାଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରିଥିବା ବେଳେ ତାଙ୍କ ଭାଇ ଆହତ ହୋଇଥିଲେ । ମେ ୧୨ରେ ଆତଙ୍କବାଦୀ ବୁଡଗାମର ରାଜସ୍ୱ ବିଭାଗ ଅଫିସ୍ ଭିତରେ ପଶି କାର୍ଯ୍ୟରତ ଜଣେ କାଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରିଥିଲେ । ଯାହାପରେ ପ୍ରତିବାଦ ଶାଣିତ ହୋଇଥିଲା । ସେବେଠୁ ଟାର୍ଗେଟ୍ କିଲିଂ ଭୟରେ ପ୍ରାୟ ୫ ହଜାର କାଶ୍ମୀର ପଣ୍ଡିତ କାର୍ଯ୍ୟରେ ଯୋଗ ଦେଉ ନାହାଁନ୍ତି । ଭ୍ୟାଲିରେ ସ୍ଥିତି ନ ସୁଧୁରିବା ଯାଏ ସେମାନଙ୍କୁ ଜମ୍ମୁକୁ ସ୍ଥାନାନ୍ତରଣ କରିବାକୁ ଦାବି ହେଉଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.