ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉତ୍ତମ କାର୍ଯ୍ୟ: ଦିବ୍ୟାଙ୍ଗ ଚୁଡ଼ାମଣି ପାଇଲେ ହୁଇଲ ଚେୟାର, ବାଣିଶ୍ରୀ ଯୋଜନାରେ ମଧ୍ୟ ହେବେ ସାମିଲ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଡହଗାଁ ପଞ୍ଚାୟତ ସର୍ଗିଗୁଡା ଗ୍ରାମର ଇଶରାମ ଚନ୍ଦନଙ୍କ ତୃତୀୟ ପୁତ୍ର ଚୁଡ଼ାମଣି ଚନ୍ଦନ (୧୬) ଜନ୍ମରୁ ଦିବ୍ୟାଙ୍ଗ । ଚୁଡ଼ାମଣିଙ୍କୁ ପୂର୍ବରୁ ମିଳିଥିବା ହୁଇଲ ଚେୟାର ଦୁର୍ବଳ ଅବସ୍ଥାରେ ଥିବାରୁ ସ୍କୁଲ ଯିବାପାଇଁ ଅନେକ କଷ୍ଟ ହେଉଥିଲା । ଏନେଇ ବୁଧବାର ଗଣମାଧ୍ୟମ ପ୍ରତିନିଧିମାନେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତୁରନ୍ତ ବିଡ଼ିଓ ବାଗ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ବେହେରାଙ୍କୁ ହୁଇଲ ଚେୟାର ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ସାମାଜିକ ସୁରକ୍ଷା ଅଧିକାରୀ ବେହେରା ତ୍ୱରିତ ପଦକ୍ଷେପ ନେଇ ସର୍ଗିଗୁଡା ଗ୍ରାମକୁ ପହଞ୍ଚି ଚୁଡ଼ାମଣିଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରି ନୂତନ ହୁଇଲ ଚେୟାର ପ୍ରଦାନ କରିଥିଲେ । ଏହା ବ୍ୟତିତ ପୂରୁଣା ସାର୍ଟିଫିକେଟ ବଦଳରେ ନୂଆ ସାର୍ଟିଫିକେଟ ପ୍ରଦାନ କରିବା ସହ ବାଣିଶ୍ରୀ ବୃତ୍ତିରେ ତାଙ୍କୁ ସାମିଲ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ହୁଇଲ ଚେୟାର ପାଇବା ପରେ ଚୁଡ଼ାମଣିଙ୍କ ବାପା ମା’ ଓ ଗ୍ରାମବାସୀ, ଗଣମାଧ୍ୟମ ପ୍ରତିନିଧି ଓ ବ୍ଳକ ପ୍ରଶାସନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.