ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଜୁ ଜନତା ଦଳ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ହେଉଥିବା ସଂକଳ୍ପ ପଦଯାତ୍ରା ଅକ୍ଟୋବର ୨ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଚାଲୁଛି । ଏହି କ୍ରମରେ ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ପ୍ରାରମ୍ଭରେ ରକ୍ତଦାନ ଉପରେ ଏକ ଶପଥ ପାଠ ସମାରୋହ ହୋଇଥିଲା । କଳାହାଣ୍ଡି ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ, ଭବାନୀପାଟଣା ପୌରଧ୍ୟକ୍ଷା ସଂଯୁକ୍ତା ବେହେରା, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକଙ୍କ ଦ୍ୱାରା ଆନୁଷ୍ଠାନିକ ଭାବରେ ଶିବିରର ଶୁଭ ଉଦ୍ଘାଟନ ହୋଇଥିଲା । ବିଜୁ ଜନତା ଦଳ ଦ୍ୱାରା ଆୟୋଜିତ ହୋଇଥିବା ଏହି ରକ୍ତଦାନ ଶିବିରରେ ୧୭୪ ୟୁନିଟ ରକ୍ତ ସଂଗୃହିତ ହୋଇଛି ।
ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଭବାନୀ ଶଙ୍କର ମିଶ୍ର, ପୂର୍ବତନ ବିଧାୟକ ଶିବାଜୀ ମାଝୀ, ଜିତେନ୍ଦ୍ର ମହାନ୍ତି, ଆଦିତ୍ୟ ନନ୍ଦ, ଧବଳେଶ୍ୱର ମହାପାତ୍ର, ଡ଼. ଭବାନୀ ଶଙ୍କର ନିଆଲ, ସଚି ମହାକୁଡ଼, ଚକ୍ରଧର ସେଠୀ, ଲଳିତା ନାଏକ, ଲବଣି ମହାନନ୍ଦ, ବିଷ୍ଣୁ ପ୍ରଧାନ,କମ୍ବୁପାଣି ମିଶ୍ର, ମଧୁସୂଦନ ନାଗ, ପ୍ରଦୀପ ମୁଣ୍ଡ, ଅଶେଶ୍ୱର ବାଗ, ସୁରେଶ ମହାନନ୍ଦ, ପ୍ରଦୀପ କୁମାର ଦାସ, ସେନାପତି ନାୟକ, ଦୀନେଶ ସାହୁ,ମଣିନ୍ଦ୍ର ମହାନ୍ତି, ସମିତା ନାୟକ, ସବିତା ନାୟକ, ଶିବା ସାହୁ, ସାମନ୍ତ ଖମାରି, ବଦ୍ରି ପଟ୍ଟନାୟକ, ମଣ୍ଟୁ ନାଏକ, ଚିତ୍ତରଞ୍ଜନ ମଣ୍ଡଳ, ଶାରଦା ପ୍ରସନ୍ନ ସ୍ବାଇଁ, ପ୍ରଶାନ୍ତ ନାଏକ, ଗିରିଶ ବେହେରା, ପ୍ରିୟରଞ୍ଜନ ପାଣିଗ୍ରାହୀ, ଜାକିର ହୁସେନ, ପ୍ରୀତି ପଟ୍ଟନାୟକ, ବରକତ ଖାଁ, ସବିତା ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ଦୀନେଶ ସାହୁ, ଉଦୀୟା ସୁନାନୀ, ସୀତାରାମ ନାଏକ, ଧର୍ମେନ୍ଦ୍ର ନାଏକ, ପ୍ରଦୀପ ପ୍ରଧାନ, ସମସ୍ତ କାଉନସିଲରଙ୍କ ସମେତ ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ଏଥିରେ ଉପସ୍ଥିତ ରହିଥିଲେ ।
ଏହି ରକ୍ତଦାନ ଶିବିରରେ ସବୁଠାରୁ ଗୁରୁତ୍ୱପୂର୍ଣ ବିଷୟ ହେଲା ଏହି ଶିବିରର ଆୟୋଜକ ମଣ୍ଡଳୀର ଅନ୍ୟତମ ସଦସ୍ୟ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାସ ନିଜେ ରକ୍ତଦାନ କରିବା ସହ ତାଙ୍କର ଧର୍ମପତ୍ନୀ ସ୍ୱାଗତ ଆଇଟିସିର ଅଧ୍ୟକ୍ଷ୍ୟା ପ୍ରୀତି ପଟ୍ଟନାୟକ ଏବଂ ପୁଅ ଧୃତି ସୁନ୍ଦର ଦାସ ଏକସIଙ୍ଗରେ ରକ୍ତଦାନ କରିଥିଲେ । ପରିଶେଷରେ ଓଡିଶା ମୋ ପରିବାର କଳାହାଣ୍ଡି ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ଦାସ ସମସ୍ତ ରକ୍ତଦାତା ମାନଙ୍କୁ, ଅତି ସୁନ୍ଦର ଭାବରେ ଶିବିରଟିକୁ ଆୟୋଜନ କରିଥିବାରୁ ସମସ୍ତ ଆୟୋଜକ ମଣ୍ଡଳୀଙ୍କୁ, ଅତିଥିଗଣଙ୍କୁ, ରକ୍ତଭଣ୍ଡାରର କର୍ମକର୍ତା ମାନଙ୍କୁ, ସାମ୍ବାଦିକ ମାନଙ୍କୁ ହୃଦୟରୁ ଧନ୍ୟବାଦ ଜ୍ଞାପନ କରିଥିଲେ ।