ନର୍ଲାରୋଡ ରେଳ ଷ୍ଟେସନ ନୂତନ ଭବନ ଉଦଘାଟନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତରେ ରହିଥିବା ନର୍ଲାରୋଡ ରେଳ ଷ୍ଟସନର ନୂତନ ଭବନ ଗୁରୁବାର ସକାଳ ୧୨ ଘଣ୍ଟା ସମୟରେ ସମ୍ବଳପୁର ଡିଭିଜନର ଡିଆରଏମ୍ ଭିନିତ୍ ସିଂଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି । ରେଳବାଇ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ମଧ୍ୟରେ ଡିଆରଏମ୍ ଏବଂ ସିଆରଏସ ଶୈଳେଶ କୁମାର ପାଠକଙ୍କ ସମେତ ସମ୍ବଲପୁର ଡିଭିଜନର ଅନେକ ରେଳବାଇ ଅଧିକାରୀ ଆସିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନର୍ଲାରୋଡ ଷ୍ଟେସନ ତରଫରୁ ନର୍ଲାରୋଡ ଷ୍ଟେସନ ମ୍ୟାନେଜର ଋଷିକାନ୍ତ ବେହେରା, ଷ୍ଟେସନ ମାଷ୍ଟର ବିନୟ ରଞ୍ଜନ ମେହେର, ଷ୍ଟେସନ କର୍ମଚାରୀ ବିନୋଦ ମାଝୀ, ଏସଭି ପ୍ରସାଦ, ଧନୁମାଝୀ ତଥା ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ନର୍ଲାରୋଡ ନୂତନ ଷ୍ଟେସନ ଭବନକୁ ଆଜି ନବ ବଧୁ ଭଳି ସଜ୍ଜିତ କରାଯାଇଥିଲା । ନର୍ଲାରୋଡ, ସର୍ଗିଗୁଡାର ଶତାଧିକ ଜନସାଧାରଣ ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

ଡିଆରଏମଙ୍କ ଓ ସିଆରଏସ୍ ମା ଦୁର୍ଗାଙ୍କ ଫଟୋଚିତ୍ରରେ ପୂଜା ପାଠ କରିବା ପରେ ନୂତବ ଭବନ ଉଦ୍ଘାଟନ କରିଥିଲେ । ନବ ନିର୍ମିତ ଷ୍ଟେସନ ବ୍ଲକର ଯାତ୍ରୀ ବିଶ୍ରାମ ସ୍ଥଳି, ଟିକେଟ କାଉଣ୍ଟର, ଅତ୍ୟାଧୁନିକ ମାଷ୍ଟର କମ୍ପ୍ୟୁଟର ରୁମ, ଟ୍ରେନ କଣ୍ଟ୍ରୋଲ ରୁମ, ପେନାଲ ରୁମ, ରିଲେ ରୁମ ଓ ଆପିଏସ୍ ରୁମ ଗୁଡିକ ଉଦ୍ଘାଟନ କରିଥିଲେ ଦୁଇ ମୁଖ୍ୟ ଅଧିକାରୀ ।

ଇତ୍ୟବସରରେ ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ସଂଘ ତରଫରୁ ସଭାପତି ପ୍ରଦୀପ କୁମାର ନାଏକଙ୍କ ନେତୃତ୍ୱରେ ସମ୍ପାଦକ ହମେଶ କୁମାର ଜୈନ, ବରିଷ୍ଠ ସଦସ୍ୟ କୁମୁଦ ଚନ୍ଦ୍ର ନାଏକ, ଜାହରଲାଲ ବିଶ୍ୱାଳ, ଥବିରାମ ବୁଦ୍ଧିଆ, ବିଷ୍ଣୁ ରାଉତ, ନୀଳକଣ୍ଠ ବେହେରା, ଅମର ରାଉତ, ବିନାୟକ ମହନ୍ତ, ବିକ୍ରମ ସାହୁ, ଯୋଗେଶ ପୁଟେଲ, ନରେଶ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କୋଭିଡ ସମୟରୁ ରହଣୀ ବନ୍ଦ ହୋଇ ଯାଇଥିବା ଏଲେପି-ଧାନବାଦ ଏକ୍ସପ୍ରେସ, ନିଜାମୁଦ୍ଦିନ- ବିଶାଖାପଟନାମ ସମତା ଏକ୍ସପ୍ରେସ ଓ ବିଲାସପୁର- ତିରୁପତି ଏକ୍ସପ୍ରେସ ଟ୍ରେନର ନର୍ଲାରୋଡ଼ ରେଳ ଷ୍ଟେସନରେ ପୁନଃ ରହଣୀ ଦାବୀ ନେଇ ଦିଆରଏମ ଓ ସିଆରଏସଙ୍କୁ ଏକ ଦାବୀପତ୍ର ଦେଇ ଉପରୋକ୍ତ ଟ୍ରେନ ଗୁଡିକର ନର୍ଲାରୋଡ଼ ଷ୍ଟେସନରେ ରହଣୀ ପାଇଁ ଅନୁରୋଧ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.