ଅପରାଜିତା ଷଡ଼ଙ୍ଗୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ ଓ ବିଜେପି ନେତୃବୃନ୍ଦ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ସନ୍ତୋଷ କୁମାର ବାଗ): ଅନ୍ତର୍ଜାତୀୟ ସ୍ତରରେ ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିୟନ-ଆଇପିୟୁ ନିର୍ବାଚନରେ ବାଜି ମାରି ଭୁବନେଶ୍ୱର ଫେରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ଅବସରରେ ଆଜି ତାଙ୍କୁ ଭୁବନେଶ୍ବର ବିମାନବନ୍ଦରରୁ ତାଙ୍କ ସାଂସଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଭବ୍ୟ ଶୋଭାଯାତ୍ରାରେ ପାଛୋଟି ଆଣିବା ସହ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ ଏବଂ କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀ ବିଜେପିର ତୁଙ୍ଗ ନେତ୍ରୀ ସଞ୍ଜୁ ସାହୁ, ବରିଷ୍ଠ ବିଜେପି ନେତୃତ୍ଵ ହିରୋ ହିରାଲାଲ ମହଲା, ସୁରେଶ ସାହୁ, ବଲଦେବ ସାହୁ ଓ ସାମ୍ବାଦିକ ନରୋତ୍ତମ ପାୟାସିଂ ପ୍ରମୁଖ ।

Omkar Vasthu
Omkar Vasthu

ଏଠାରେ ସୂଚନାଯୋଗ୍ୟ ଯେ, ଭାରତୀୟ ପ୍ରାର୍ଥିନୀ ଭାବେ ଅପରାଜିତା ଷଡ଼ଙ୍ଗୀ ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିୟନ ନିର୍ବାଚନରେ ବିଜୟୀ ହୋଇଛନ୍ତି । ଏହି ବିଜୟ ସହ ଦୁଇ ଦଶନ୍ଧୀ ପରେ ଭାରତ ଏହି ବିଶ୍ୱସ୍ତରୀୟ ପଦବୀରେ ସ୍ଥାନ ପାଇଛି । ୧୮୮୭ ମସିହାରେ ପ୍ରତିଷ୍ଠିତ ଏହି ୟୁନିୟନ ନିର୍ବାଚନରେ ୧୭୮ଟି ଦେଶ ଅଂଶଗ୍ରହଣ କରିଥିଲେ । ଅନ୍ତର୍ଜାତୀୟ ସମିତି ପରିଚାଳନା ପାଇଁ ୧୫ ଜଣିଆ ପରିଚାଳନା ସମିତି ତଥା ଏକ୍ସଜୁକ୍ୟୁଟିଭ କମିଟି କାର୍ଯ୍ୟକାରୀ ଥାଏ । ସେଥି ମଧ୍ୟରୁ ଗୋଟିଏ ପଦ ଖାଲି ହେବାରୁ ଏହି ସ୍ଥାନ ପୂରଣ ପାଇଁ ନିର୍ବାଚନ ହୋଇଥିଲା । ଆଜିକୁ ଦୁଇ ଦଶନ୍ଧି ପୂର୍ବରୁ ଅର୍ଥାତ ୨୦୦୨ ମସିହା ପୂର୍ବରୁ ନଜମା ହେପତୁଲ୍ଲା ଏହି ସମିତିର ସଦସ୍ୟ ଥିଲେ । ତାଙ୍କ ପରଠୁ ଗତ ୨୦ ବର୍ଷ ଧରି ସମିତିରେ ଖାଲିପଡ଼ିଥିଲା ଭାରତର ପ୍ରତିନିଧିିତ୍ୱ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରାର୍ଥିନୀ ଭାବେ ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କୁ ଚୟନ କରିଥିଲେ । ଏହି ନିର୍ବାଚନରେ ଦୁଇ ତୃତୀୟାଂଶ ଭୋଟ ପାଇ ଅପରାଜିତା ଐତିହାସିକ ବିଜୟ ହାସଲ କରିଛନ୍ତି । ଏହି ବିଜୟ ପାଇଁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଅପରାଜିତାଙ୍କୁ ଶୁଭେଛା ଜଣାଇଛନ୍ତି । ବର୍ତ୍ତମାନ ସେ ଭୁବନେଶ୍ଵର ଫେରି ଆସିବା ପରେ ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.