ତିଆରି ହେଲା ମାରାତ୍ମକ କରୋନା ଭାଇରସର କୃତ୍ରିମ ରୂପ

ଓଡ଼ିଆ ବାର୍ତ୍ତା/ ବୋଷ୍ଟନ: କରୋନା ଭାଇରସ ସାରା ବିଶ୍ୱକୁ ପ୍ରଭାବିତ କରିଦେଇଛି। ଟିକାକରଣ ପରେ ଯଦିଓ ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଛି, ତଥାପି କରୋନାର ଭୟ ଯାଇନି। ଏହି ସମୟ ମଧ୍ୟରେ ଆମେରିକାର ବୋଷ୍ଟନ୍ ୟୁନିଭର୍ସିଟିର ବୈଜ୍ଞାନିକମାନେ ଲ୍ୟାବରେ କରୋନା ଭାଇରସର ଏକ କୃତ୍ରିମ ରୂପ ପ୍ରସ୍ତୁତ କରିଛନ୍ତି । ଆଉ ଏହି କୃତ୍ରିମ ଭାଇରସ ତିଆରି ହେବା ପରେ ବିବାଦ ଦେଖାଦେଇଛି। ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀମାନେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଲ୍ୟାବ ପକ୍ଷରୁ କୃତ୍ରିମ ଉପାୟରେ ତିଆରି କରୋନା ଭାଇରସ୍ କରୋନାର ସମସ୍ତ ଭାରିଆଣ୍ଟଠୁ ଅଧିକ ମାରାତ୍ମକ। ଏହାର ମୃତ୍ୟୁହାର ୮୦ ପ୍ରତିଶତ ବୋଲି କୁହାଯାଉଛି। ଏହି ଗବେଷଣାର ପ୍ରାରମ୍ଭିକ ସଂସ୍କରଣ ଅନୁଯାୟୀ, ଗବେଷଣାରେ ନିୟୋଜିତ ଅଧିକାରୀ ଚୀନର ଉହାନ ଲ୍ୟାବରେ ଥିବା କୋଭିଡ-୧୯ର ଓମିକ୍ରନ ଭାରିଆଣ୍ଟକୁ ଲ୍ୟାବରେ ତିଆରି ଭାରିଆଣ୍ଟ ସହିତ ମିଶ୍ରଣ କରିଥିଲେ। ଯେଉଁଥିରୁ ମୂଳ ଓମିକ୍ରନ୍ ଭାରିଆଣ୍ଟ କମ୍ ଘାତକ ଲ୍ୟାବର ଭାଇରାସ ତୁଳନାରେ ବୋଲି ପ୍ରମାଣିତ ହୋଇଛି। କିନ୍ତୁ ଏହା କେତେ ଶୀଘ୍ର ବ୍ୟାପିଥାଏ ସେ ନେଇ ଅନୁସନ୍ଧାନ ଚାଲିଛି। ନୂଆ କୃତ୍ରିମ ଷ୍ଟ୍ରେନରେ 80% ମୂଷା ମରିଥିଲେ ବୋଲି ଜଣାପଡିଛି।​ ଗବେଷଣାରେ ନିୟୋଜିତ ଥିବା ବ୍ୟକ୍ତି ସରକାରୀ ଅର୍ଥ ବ୍ୟବହାର କରୁଥିଲେ ହେଁ ଏହି ପ୍ରସଙ୍ଗରେ ଆଗକୁ ବଢିବା ପୂର୍ବରୁ ସରକାରଙ୍କ ଅନୁମତି ନେଇନଥିଲେ ବୋଲି ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ କହିଛି।ଉଲ୍ଲେଖଯୋଗ୍ୟ, କରୋନାର ମୂଳ ଭାରିଆଣ୍ଟ ଚୀନର ଉହାନ ଲ୍ୟାବରୁ ତିଆରି ହୋଇଥିଲା। ଆଉ ଏହି ଲ୍ୟାବରେ ମଧ୍ୟ ଚୀନ ସମେତ ଆମେରିକା ସରକାର ଆର୍ଥିକ ଅନୁଦାନ ଦେଉଥିଲେ ବୋଲି କୁହାଯାଏ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.