ଭଗବଦ୍ ଗୀତାକୁ ନେଇ ପୂର୍ବତନ ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କ ବିବାଦୀୟ ବୟାନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ଶିବରାଜ ପାଟିଲ ଭଗବଦ୍ ଗୀତାକୁ ନେଇଛନ୍ତି ବିବାଦୀୟ ମନ୍ତବ୍ୟ। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏକ ବହି ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ଭଗବତ ଗୀତାରେ ମଧ୍ୟ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜିହାଦର ଶିକ୍ଷା ଦେଇଛନ୍ତି। ସେ କହିଛନ୍ତି, କୁହାଯାଏ ଯେ ଇସଲାମରେ ଧର୍ମରେ ଜିହାଦ ବିଷୟରେ ଅନେକ କଥା ରହିଛି। ସଂସଦରେ ଆମେ ଜିହାଦ ଉପରେ କାମ କରୁନାହୁଁ, ବରଂ ନିଜର ଅଭିଜ୍ଞତା ଓ ବିବେକ ଆଧାରରେ କାମ କରୁଛୁ। ସେ ଆହୁରି କହିଛନ୍ତି, ଜିହାଦର ବିଷୟ ଆସେ ଯେତେବେଳେ, ସମସ୍ତଙ୍କ ମନରେ ସ୍ୱଚ୍ଛ ଚିନ୍ତାଧାରା ରହିଥାଏ। ଆଉ ସେ ନିଜେ ଭାବିଥିବା ଉପାୟରେ କାମ କରିବାକୁ ଚେଷ୍ଟା କରେ। ହେଲେ ସେହି କାମକୁ କେହି ବୁଝନ୍ତି ନାହିଁ। ଏହି ସମୟରେ ଏହାକୁ ବୁଝାଇବାକୁ ଯାଇ କ୍ଷମତା ବ୍ୟବହାର କରିବାକୁ ପଡ଼େ। ଏପରି ଶିକ୍ଷା ସମସ୍ତ ଧର୍ମରେ ରହିଛି। କେବଳ କୁରାନ କି ମହାଭାରତର ଗୀତାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କ ସହ ଜିହାଦ ବିଷୟରେ କଥାବାର୍ତ୍ତା କରିନାହାନ୍ତି ବରଂ ଖ୍ରୀଷ୍ଟିଆନ ଧର୍ମରେ ଉଲ୍ଲେଖ ରହିଛି।

Omkar Vasthu
Omkar Vasthu

ଶିବରାଜ ପାଟିଲ ମହାରାଷ୍ଟ୍ର ଲଟୁରର କଂଗ୍ରେସ ସାଂସଦ ଥିଲେ। ୨୦୧୪ ପରଠାରୁ ବିଜେପି ଏହି ଆସନ ଦଖଲ କରିଛି। ୧୯୮୦ ପରେ ସେ ଅନେକ ଥର କେନ୍ଦ୍ର ମନ୍ତ୍ରୀ ରହିଛନ୍ତି। ଏହା ବ୍ୟତୀତ ସେ ୨୦୦୮ ମସିହାରେ ଗୃହମନ୍ତ୍ରୀ ଥିଲେ। ତା’ପରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା।

ପାଟିଲଙ୍କ ବିବୃତ୍ତିରେ ବିଜେପି ମୁଖପାତ୍ର ଶାହାଜାଦ ପୁନାୱାଲା କହିଛନ୍ତି ଯେ କଂଗ୍ରେସ ହିନ୍ଦୁଙ୍କୁ ଘୃଣା କରିବାର ସମସ୍ତ ସୀମା ଅତିକ୍ରମ କରିଛି। ଶିବରାଜ ପାଟିଲ ହିନ୍ଦୁ ଆତଙ୍କ ଶବ୍ଦର ସଂଯୋଜନା କରିଥିଲେ। ଏବେ ସେ ଗୀତା ବହିରେ ଶ୍ରୀକୃଷ୍ଣଙ୍କ ବାର୍ତ୍ତାକୁ ଜିବାଦ ସହିତ ତୁଳନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.