ଓଡ଼ିଆ ବାର୍ତ୍ତା / କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ରୋଡ଼ ରେଳ ଷ୍ଟେସନ ନିକଟରେ ଥିବା ଜଙ୍ଗଲରେ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ସିକେରକୁପା ଫାଣ୍ଡି ପୋଲିସ ପହଞ୍ଚିଛି । ସିକେରକୁପା ଫାଣ୍ଡି ଅଧିକାରୀ ସୁବାଷ ଚନ୍ଦ୍ର ଗୁରୁଙ୍କ ନେତୃତ୍ବରେ ପୁଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିବାବେଳେ ସେମାନଙ୍କ ସହିତ ଲାଞ୍ଜିଗଡ଼ରୋଡ଼ର ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ପୂର୍ବତନ ସମିତି ସଭ୍ୟ କୈାନୁଜ ରାଉତ ମଧ୍ୟ ଉପସ୍ଥିତ ରହିଛନ୍ତି । ତେବେ କୈାଣସି ପରିସ୍ଥିତିରେ କେହିଜଣେ ଆତ୍ମହତ୍ୟା କରିଥିବା ବେଳେ ବେଶ୍ ଦିନ ହେଲା ଶବଟି ଝୁଲନ୍ତା ଅବସ୍ଥାରେ ରହି ଦୁର୍ଗନ୍ଧ ହେଉଥିବା ଦେଖିବାକୁ ମିଳିଛି । ଶବଟି ପଚିସଡି ଯାଇଥିବାରୁ ପରିଚୟ ମିଳିପାରି ନାହିଁ ।